ଟଙ୍କା
ଟଙ୍କା


କାଗଜ ଟୁକୁଡା ଭାବନି ମୁଁ ଟଙ୍କା
ସବୁଠାରୁ ବଳଶାଳୀ,
ମଣିଷ ଭିତର ମଣିଷ ପଣିଆ
ସବୁ ଦେଇପାରେ ଗିଳି। [୧]
ସୂରୁଯ କିରଣୁ ଅଧିକା ଝଟକେ
ମହୁ ଠାରୁ ମିଠା ଅତି,
ମୋ ମୂଲେ ମୂଲେଇ ଶସତା ହୁଅଇ
ପୀରତି ସହାନୁଭୂତି। [୨]
ଧନୀ ଗରିବର ଭେଦଭାବ ସିନା
ମୋ ଲାଗି ହୁଅଇ ଗଢା,
କିଏ ସୁଖ ମନେ ଘୋଡା ଚଢେ ଆଉ
କିଏ ହୁଏ ଘର ବୁଡା । [୩]
ଚଉନିଶା ପରି ମୁଁତ ଯାହାପାଇଁ
ହୋଇଯାଏ ଗୋଟେ ନିଶା,
ଅଧରମ ଅସତ ବରବରତା
ତା ମନରେ କରେ ବସା। [୪]
ଭାଇ ଭାଇ କଳି ତକରାଳ ହୋଇ
ଚାଲେ ମାଲି ମକଦ୍ଦମା ,
ପଦବୀ ସମ୍ମାନ କିଣା ବିକା ହୁଏ
ମୁରୁଖ ପଣ୍ଡିତେ ଗଣା । [୫]
ଭଲପାଅ ମତେ ହେଲେ ମୋ ମାୟାରେ
ହୁଅ ନାହିଁ ଜମା ଧନ୍ଦି,
ନୋହିଲେ ଜୀବନେ ବଳି ପଡିଯିବ
ଅରଜିତ ପୂଣ୍ୟ ପୁଂଜି । [୬]
ଅନୁଗତ ଭୃତ୍ୟ କୁଚକ୍ରୀ ମୁନିବ
ଚଂଚଳା ନାମରେ ଡକା,
ବୁଦ୍ଧିମାନର ମୁଁ ସେବା କରିଥାଏ
ମୁରୁଖେ ଦେଖାଏ ନିଚ୍ଚା । [୭]