Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ଟଙ୍କା

ଟଙ୍କା

1 min
442



ଟଙ୍କା ଦିଅ ଟଙ୍କା ଦିଅ

ଟଙ୍କା ବଦଳରେ ଯାହା ଚାହଁ

ନିଅ ନିଅ ନିଅ ନିଅ |


ପିଲାଠାରୁ ବୁଢ଼ା ରଙ୍କା

ଟଙ୍କା ଟଙ୍କା ଟଙ୍କା

ଟଙ୍କା ବିନା ଏଇ ଦୁନିଆଟା ଫିକା 

ଲାଗେ ଖାଲି ଫାଙ୍କା ଫାଙ୍କା |


ଏବେ ଟଙ୍କା ପାଇଁ ନାରୀ

କଲେଣି ଯାଇ ଚାକିରୀ

ଏକପଟେ ଟଙ୍କା ଆରପଟେ ଶଙ୍କା

ଛଟପଟ ଏ ସଂସାରୀ |


ଟଙ୍କା ଥିଲେ ବନୁ ହାତୀ

ଆସିବ ତୋ ଘର କତି

ଟଙ୍କା ଥିଲେ ରାଜ ଚକ୍ରବର୍ତ୍ତୀ ପଦ

ମୁଣ୍ଡେ ଟେକା ହେବ ଛତି ।


ଟଙ୍କା ଥିଲେ ମୂର୍ଖ ଜ୍ଞାନୀ

ଟଙ୍କା କରିଥାଏ ମାନୀ

ଟଙ୍କା ନାହିଁ ଯାର ପାଏ ହତାଦର

ହୋଇଥାଉ ଯେଡ଼େ ଜ୍ଞାନୀ |


ଟଙ୍କା ନଥାଏ ଯାହାର

ଭିକାରୀ ସିଏ କାଙ୍ଗାଳ

ଟଙ୍କା ପାଇଁ ମା ଶିଶୁ ବିକିଦିଏ

ରୋଗେ ଯାଏ ଯମ ଆଳ |


ଟଙ୍କା ଥିଲେ ଟି ପାଖରେ

ଖାତିର ଏ ସମାଜରେ

କଳିଯୁଗେ ଟଙ୍କା ବିନା ରାସ୍ତା ବଙ୍କା 

ଟଙ୍କାରେ ମହତ ବିକା |


ଟଙ୍କା ବଳେ ଛେଳି ବାଘ

ଧଣ୍ଡ ଛୁଆ ହୁଏ ନାଗ

ଟଙ୍କା ନେଇ ଲୋକେ ଭୋଟ ଦେଲେଣି

ଦେଖ ଗଣତନ୍ତ୍ର ବାଗ |

 


Rate this content
Log in

Similar oriya poem from Inspirational