Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract

4  

PUSPALATA SAHOO

Abstract

ଟଙ୍କା ଦେବ

ଟଙ୍କା ଦେବ

1 min
341



ତୁମେ ବ୍ରହ୍ମା ବିଷ୍ଣୁ ତୁମେ ମହେଶ୍ବର 

ତୁମେ ମୋ ଗତି ର ଗାଡି 

ତୁମ ବିନା ମୁଁ ଯେ ଅଚଳ ପଇସା 

ନ ପାରେ ଆଗକୁ ମାଡ଼ି !!

ଏ କଳିଯୁଗ ର ତୁମେ ସର୍ବେଶ୍ଵର 

ତୁମେ ହିଁ କଳି ର ମଞ୍ଜି 

ଯାହା ପାଶେ ଥାଅ ଭାବେ ସେ ନିଜକୁ 

ଦୁନିଆରେ ମୂଳ ପୁଞ୍ଜି !!

ତୁମେ ଥିଲେ ପାଶେ ନ ଥାଏ ମୋ ଡର 

କରିବ କେ ନିଶ ବଙ୍କା 

ଚୋରି ,ନାରୀ ଆଉ ଦୁଷ୍କର୍ମ ,ଧର୍ଷଣ 

ଚାପି ହୁଏ ଥିଲେ ଟଙ୍କା !!

ଟଙ୍କା ବଳରେ ସର୍ବେ ବଳୀୟାନ 

ଟଙ୍କା ର କମାଲ୍ ଜାଣ 

ଯା ପାଶେ ନ ଥାଏ ନିର୍ଦ୍ଧନ ବୋଲାଏ 

ଜୀବନରେ ହୀନିମାନ !!

ପରକୁ ଆପଣା ଆପଣାକୁ ପର 

କରିଥାଏ ତୁମ ବଳ 

ସତ୍ କର୍ମ ବଳେ କଲେ ଉପାର୍ଜନ 

ବଢିଥାଏ ଧର୍ମ ବଳ !!

ଧର୍ମ ବଳ ସାଥେ କର୍ମ ବଳ ଯୋଡି 

ଫେଡ଼ିବ ଦୁଃଖ ମୋହର 

ହେ "ଟଙ୍କା" ଦେବ ଗୁହାରି ଶୁଣିବ 

ମହିମା ତଵ ଅପାର ।


Rate this content
Log in

Similar oriya poem from Abstract