STORYMIRROR

Yudhisthira Lenka

Children

3  

Yudhisthira Lenka

Children

ଟିକିଟିକି ପିଲାଆମେ

ଟିକିଟିକି ପିଲାଆମେ

1 min
431

ଟିକିଟିକି ପିଲାଆମେ

      କାଲି ବଡ ହୋଇବା

ପାଠପଢି ଦେଶଜାତି

       ପାଇଁ ସେବା କରିବା ।।୧।।


ଟିକିଟିକି ମହୁମାଛି

       ମଧୁ ସଞ୍ଚେ ଫେଣାରେ

ମଧୁଫେଣା ଲାଗିଥାଏ

       ମଣିଷର ସେବାରେ ।।୨।।


ଟିକିଟିକି ଫୁଲଫୁଟି

        ବୃକ୍ଷ ଦିଶେ ସୁନ୍ଦର

ବାସରେ ତା ମହକାଏ

       ଚଉଦିଗ ଆମର ।।୩।।


ଟିକିଟିକି ପିମ୍ପୁଡିଏ

        ଖାଦ୍ୟ ବୋହି ଆଣନ୍ତି

ଖରାଦିନେ ସଞ୍ଚିକରି

       ବର୍ଷାଦିନେ ଖାଆନ୍ତି ।।୪।।


ଟିକିଟିକି ଉଇ ସିନା

        ଗଢେ ସିଏ ବଲ୍ମୀକ

ବିଶାଳ ମନ୍ଦିର ପରି

        ଦିଶଇ ତା ଚମକ ।।୫।।


ଟିକିଟିକି ହାତେ ଆମେ

        ଦାନ କରୁ ମହତ

ଏଇହାତେ ପୂଣ୍ୟ ଅର୍ଜି

         ଯଶ ରଖୁ ଜଗତ ।।୬।।


ଗୋଟି ଗୋଟି ଟଙ୍କା ସଞ୍ଚି

        ଶହ ଶହ ହୁଅଇ

ବିପଦେ ଆପଦେ ସଦା

        ଦରକାର ଆସଇ ।।୭।।


ଅଳ୍ପ ଅଳ୍ପ ଅଭ୍ୟାସରେ

        ବହୁ ପାଠ ପଢିବା

ମଧୁବାବୁ ପରି ଦିନେ

        ଆମେ ନାଆଁ ରଖିବା ।।୮।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children