STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ଟିକିତାରା

ଟିକିତାରା

1 min
120

ଚିକମିକି ଚିକମିକି ଟିକିତାରା 

ଆଖି ମିଟିମିଟି କରି ରାତିସାରା 

କହେ ମୁନା ମୁନି ବୁଢା ବୁଢ଼ୀ ସାରା 

ଶୀତ ଦିନେ ସ୍ୱାସ୍ଥ୍ୟ ଯତ୍ନ ନେବା ସାରା 

ମନ୍ଦିରେ ଠାକୁରେ ଓଢଣୀ ଲାଗି ପରା 

ଦୁଃଖି ରଙ୍କି ଦେଖି ସାହା ନିଶ୍ଚେ ହେବା 

ସ୍ଵଛ ମନ ସ୍ୱଚ୍ଛ ହୃଦୟରେ ଦାନ କରିବା 

ଯେତେବେଳେ ଯେଉଁ କାମ ଆଗ କରିଯିବା 

ବ୍ୟାୟାମ ଓ ଯୋଗ ଶିଖି ଶିଖାଇବା 

ଓଁ ଉଚ୍ଚାରଣେ ବିଶୁଦ୍ଧ ଉଚ୍ଚାରଣ ଶବ୍ଦ କହିବା

ସେବା, ଯତ୍ନ, ଦାନ କଲେ ପୂଣ୍ୟ ବୁଝିଯିବା 

ଅସତ୍ୟ ଦୁରେଇ ସତ୍ୟ କହିବାକୁ ନଡରିବା 

ଟିକିଫୁଲ ସଂସାର ବଗିଚାରେ ବିକଶିବା 

ଟିକିତାରା ପରି ଟିକିଫୁଲ ବାସବିତରିଯିବା 

ମିଛ ଆଡେଇ ପାପ ଛଡେଇ ମହକ ଭରିବା 

ସୁନାମନ ଦେଇ ସୁନାଜହ୍ନ ପରି ଉଇଁବା 

ଗୁରୁ ଭକ୍ତି ରଖି ଗାଇ ଶାନ୍ତି ପ୍ରୀତି ମୈତ୍ରୀ 

ଦେଶ ମାତୃକାର ଗୌରବ ବଢାଇଯିବା 

ଡରିବାନି କେବେ ଆମେ ସାହାସୀ ହେବା 

 ବୀରପରି ସୈନିକ ହୋଇ ସୀମାନ୍ତ ଜଗିବା 

କୃଷକ ହୋଇ ସୁନା ଫଳେଇ ଖୁସି ବାଣ୍ଟିବା 

ଜୟ ରାଇଜ ଜୟ ମୋ ଦେଶ ଜୟଜନନୀ 

କହି ଗାଇ ହସି ଖେଳି ଟିକିତାର ନାଁ ରଖିବା

ଜଗତନାଥ ସେ,ଜଗନ୍ନାଥଙ୍କୁ ପ୍ରଣତି ଢାଳିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract