Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Classics

3  

Prasanna Kumar Madala

Classics

ଟିକିପିଲା

ଟିକିପିଲା

1 min
261



ରହିଛି ପ୍ରମାଣ        ଅଙ୍ଗୁଷ୍ଠି ସମାନ

ରୂପେ ନିଜେ ଅବତରି

ବୁଡାଇଲ ସ୍ଥଳ       ସାତତାଳ ଜଳ

ଛୁଇଁଲା ଗଗନୁ ଝରି ।

ପୁରାଣରେ ମିଳେ     ପ୍ରଳୟ ସଲିଳେ

ଓଷ୍ଠରେ ଅଙ୍ଗୁଷ୍ଠି ଭରି

ବଟପତ୍ରେ ଶୋଇ     ସୂକ୍ଷ୍ମତମ ହୋଇ

କି କାରଣେ ଥିଲ ହରି ?

ଆପଦତାରଣ        କଲ ଉଦ୍ଧାରଣ

ମାର୍କଣ୍ଡଙ୍କ କର ଧରି 

ଋଷି ଧ୍ୟାନେ ବସି      ନାଭିଚକ୍ରେ ପଶି

ବିଲୋକିଲେ ପୂର୍ବ ପରି ।


ଭାବରେ ଆହ୍ଲାଦ      ଟିକି ପ୍ରହଲ୍ଲାଦ

ଡାକିଲା ବିଶ୍ବାସେ ଚଳି

ସ୍ତମ୍ଭରୁ ବାହାରି       ହିରଣ୍ୟକୁ ମାରି

ରଖିଲ ଭକତ ଅଳି ।

ବାମନ ସେକାଳେ   ପେଶିଲ ପାତାଳେ

ବିରୋଚନସୁତ ବଳି

ସେ ରୂପ ମହିମା     ବର୍ଣ୍ଣିବାର ସୀମା

କିଏ ବା ପାରିବ କଳି ?

ଆପଣଙ୍କ ଶୁଭ       ଆଶିଷରେ ଧ୍ରୂବ

ଉତ୍ତାନପାଦଠୁଁ ଗଳି

ଅନ୍ତରୀକ୍ଷେ ସ୍ଥାନ      କରିଥିଲ ଦାନ

ତା' ଭକ୍ତି ଭାବରେ ଢଳି ।


ତୁମେ ସେହି ପରା     ଟିକିପିଲା ଝରା

ସୁବର୍ଣ୍ଣ ଚାନ୍ଦୁଆ ତଳେ

ରତନ ଖଟୁଲି       ଉପରେ ତ ଝୁଲି

କ୍ଷୀର ପିଉଥିଲ ବଳେ ।

ଯଶୋମତୀ କୋଳେ  ବଢି ପ୍ରୀତି ଭୋଳେ

ଦୈତ୍ୟଙ୍କ କ୍ରୁରତା ଫଳେ

ଗୋଟିଗୋଟି କରି      ଅସୁରଙ୍କୁ ଧରି

ମାରିଥିଲ କଉଶଳେ ।

ମାମୁଁ କଂସରାଟ       ଅତୀବ ବିରାଟ

ଯୋଜନା କରିଲା ଖଳେ

ଦେଖି ଟିକିରୂପ       ନିମିଷକେ ଭୂପ

ମଞ୍ଚାରୁ ତଳକୁ ଟଳେ ।


ଅନୁନୟ ମତି        ବଳାଇବ ପ୍ରତି

ଟିକି ପିଲାଙ୍କର ପାଇଁ

ଘୋର କଳି କାଳେ  ବାଲ୍ୟବୋଧ ଆଳେ

କରୁଣା ରଖିବ ସାଇଁ ।


P



Rate this content
Log in

Similar oriya poem from Classics