STORYMIRROR

Ram Prasad Bisoi

Abstract

3  

Ram Prasad Bisoi

Abstract

ଟିକିକ ଆଲୁଅ

ଟିକିକ ଆଲୁଅ

1 min
193

ଟିକିକ ଆଲୁଅକୁ 

ଖୋଜି

ବେଳେବେଳେ ଅନ୍ଧାରରେ ଲାଗିଯାଏ

ନିଆଁ,


ରାତ୍ରିର ନିର୍ଜନ ପ୍ରହରିରେ

ଅନ୍ତଃ ହୋଇଯାଏ 

ସମୁଦ୍ରର ଗୁରୁଗମ୍ଭୀର ଗର୍ଜନ,


ତା କ୍ୟାନଭସରେ 

ଅଙ୍କା ହୁଏ,

ଭୋକିଲା କୁକୁରର ଆର୍ତ୍ତନାଦର

ଚିତ୍ର,


ଚାରିକାନ୍ଥ ଚୌହଦି  

ଭିତରେ 

କାନର ଫିସ ଫିସ ଭାଷାରେ ଅନେକ 

ଅକୁହା କାହାଣୀର ପୃଷ୍ଠଭୂମି 

ଲିପିବଦ୍ଧ ହୁଏ,


ଦୁଇଟି ନଗ୍ନ ଶରୀରର

ଗୁଞ୍ଜନରେ,

ସୁନେଲି ପ୍ରେହ୍ମରେ 

ଆବଦ୍ଧ ଚିତ୍ରପଟ୍ଟରେ ରହିଥିବା ବ୍ୟକ୍ତିଟିର 

ଆତ୍ମା 

ଜବରଦସ୍ତ କହିବସେ

ଗତକାଲିର ଇତିହାସ ,


ପାହାଡ଼ରୁ ମାଟି ଅତଦା ଖସେ

ଅବରୁଦ୍ଧ ହୋଇଯାଏ

ସମସ୍ତ ରାସ୍ତା ଘାଟ,


ନିରୁପ୍ରାୟ ପ୍ରାଣ,

ଗଛ,ଲତା

ବିଷାକ୍ତ ଅଙ୍ଗାରକାମ୍ଳ 

ଗ୍ୟାସ ଛାଡି

ବାୟୁମଣ୍ଡଳର ସନ୍ତୁଳନ

ବିଗାଡିବାର ପ୍ରଯତ୍ନ କରିବସେ,


ଟିକିକ ଆଲୁଅ 

ହଁ !

ଟିକିକ ଆଲୁଅ 

ପାଇଁ ,

ଉଷୁମ ରକ୍ତ ବହେ,

ରକ୍ତ,ମାଂସର 

ଶରୀର ପଡ଼ିଯାଏ 

ଥଣ୍ଡା,


ଖାଦକ ବନିଯାଏ

ଖାଦ୍ୟ

ଖାଦ୍ୟ ବନିଯାଏ

ଖାଦକ

ବେଳେବେଳେ ଅନ୍ଧାରରେ ଲାଗିଯାଏ

ନିଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract