STORYMIRROR

Indrabadal Mohanty

Abstract

4  

Indrabadal Mohanty

Abstract

ଟିକିଏ ହସି ଦିଏ

ଟିକିଏ ହସି ଦିଏ

1 min
420

ଟିକିଏ ହସି ଦିଏ

ଯେତେବେଳେ କିଛି ଇଚ୍ଛା

ପୁରୁଣ ହୋଇଯାଏ

ଆଉ କିଛି ଇଛା ପୂରଣ ହେବା ପଥେ

ଅଗ୍ରସର ହେଉଥାଏ


ଟିକିଏ ହସି ଦିଏ

ଆଶା ନଥାଇ ମଧ୍ୟ

କିଛି ସ୍ବପ୍ନ ସାକାର ହୋଇଯାଏ

ଆଉ କିଛି ଆଶା

ଅଜ୍ଞାତରେ ହୃଦୟକୁ ଛୁଇଁଯାଏ


ଟିକିଏ ହସି ଦିଏ

ହଠାତ କିଏ ନିଜର କହି

କୋଳାଇ ନିଏ

ପୁଣି ନିଜତ୍ବର ରାସ୍ତାରେ

କର୍ତ୍ତବ୍ୟ ପରିସୀମା କିଏ ଲଙ୍ଘିଥାଏ


ଟିକିଏ ହସି ଦିଏ

ଶ୍ରାବଣ ଗଲାପରେ ବି

ବର୍ଷା ଆସି ପାଦ ଥାପେ

ପୁଣି ବର୍ଷାର ପ୍ରୀତିଭରା ଯୌବନରେ

ଭିନ୍ନ ଏକ ମାଦକତା ଭରିଦିଏ


ଟିକିଏ ହସି ଦିଏ

ବହୁଦିନ ପରେ ପୁରୁଣା ବନ୍ଧୁଟିଏ

ଆସି ହାତ ରେ ହାତ ମିଶାଇ ଚାଲୁଥାଏ

ବନ୍ଧୁତ୍ବର ସ୍ରୋତକୁ ସେ ନିସ୍ୱାର୍ଥପର ରୂପେ

ପୁଣିଥରେ ଆଗକୁ ନେବାକୁ ଚେଷ୍ଟା କରେ


ଟିକିଏ ହସି ଦିଏ

ସମ୍ପର୍କର ସେତୁରେ ଯଦି

କିଏ ଜିତି ଯାଏ

ଜହ୍ନ ରାଇଜରେ ଘର କରି ବି ସେ

ପୁନେଇଁ ଚାନ୍ଦକୁ ଦେଖିବାକୁ ଅପେକ୍ଷା କରିଥାଏ


ଟିକିଏ ହସି ଦିଏ

ନିକତ୍ଵ ନୂଆ କାହାଣୀ ଲେଖିବାକୁ

ଆଉ କିଏ ସାହାଯ୍ୟ ମାଗିଥାଏ

ସେ ନୂଆ କାହାଣୀ ରୂପରେ ସଜାଇ ହେବାକୁ

ବନ୍ଧୁତ୍ୱର ସାହକ୍ୟ ଲୋଡି ଟଗର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract