STORYMIRROR

LALIT MOHAN DASH

Abstract

4  

LALIT MOHAN DASH

Abstract

ଟିକିଏ ଆଲୋକ ଦିଅ

ଟିକିଏ ଆଲୋକ ଦିଅ

1 min
300


ଘୋର ଅନ୍ଧାରରେ ବସିଛି ଏକେଲା

ଟିକିଏ ଆଲୋକ ଦିଅ,

କରୁଣାକର ହେ କୃପାଳୁ ସାଆନ୍ତ !

ତୁଟାଇ ଦିଅ ଏ ମୋହ ।୧)

ନିଜ ଇଚ୍ଛାରେ ତ ଅନେକ ନାଚିଲି

ଭୂଲି ଗଲି ବେଳକାଳ,

ତୁମକୁ ଭୁଲିଲି ଚକାନୟନ ହେ !

ପାଇଲିନି ଥଳକୂଳ ।୨)

ଘରବୁଡି ପାଣି ଆଣ୍ଠୁଏ ହେଲାଣି

ତଥାପି ପଶୁନି ଚେତା,

ଅମାନିଆ ମନ କିଛିବି ମାନୁନି

ହେଉଛି ଅମରମତ୍ତା ।୩)

ଅସରା ଲୁହରେ ଭିଜାଇଲି ଛାତି

ତଥାପି ଦୁଃଖ ରହିଲା,

ହାଟ ମଝିଟାରେ ଲୋକହସା ହେବା

ଖାଲି ଯାହା ସାରହେଲା ।୪)

ଟିକିଏ ଆଲୋକ ଦିଅ ହେ ସାଆନ୍ତ !

ଡର ଲାଗେ ଭାବୁ ଭାବୁ,

ଜଣାନାହିଁ ମତେ କିମିତି ସରିବ ?

ଅସାର ଏ ଦିନ ସବୁ ।୫)

ଜାଣିଛି ଗୋସେଇଁ ! ସଦା ପାଶେ ଅଛ

କେବେ ଛାଡିନ ମୋ ହାତ,

ମତେ ଟିକେ ଯୋଗ୍ୟ କରହେ ମଣିମା !

ବୁଝିବାକୁ ଏଇ ସତ୍ୟ ।୬)

ଜୀବନ ମରୁରେ ମରୁଦ୍ୟାନ ପରି

ଝଟକେ ତୁମ କରୁଣା,

ଟିକିଏ ଆଲୋକ ଦିଅ ହେ ସାଆନ୍ତ !

ହେବି ନାହିଁ ବାଟବଣା ।୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract