STORYMIRROR

baijayantimala rout

Fantasy

4.5  

baijayantimala rout

Fantasy

ଟିକି ଟିକି ଫୁଲ ଆମେ

ଟିକି ଟିକି ଫୁଲ ଆମେ

1 min
432


ଟିକି ଟିକି ଫୁଲ ଆମେ

ଫୁଟିଅଛୁ କାନନେ,

ବାସ ଚହଟାଇ ଦେଉ

ସଭିଙ୍କର ଜୀବନେ ।

ଝିଲିମିଲି ତାରା ଆମେ

ଉଇଁ ଅଛୁ ଆକାଶେ,

ଆଖି ଝଲସାଇ ଦେଉ

ମନ ଆମ ବିକଶେ ।

ସପନ ରାଇଜେ ବୁଲୁ

ହୋଇ ଛୋଟ ପକ୍ଷୀଟେ,

ଗୁଣୁ ଗୁଣୁ ଗୀତ ଖାଉ

ହୋଇ ମହୁମାଛିଟେ ।

ଡେଣା ଝାଡି ଉଡିବୁଲୁ

ମୁକ୍ତ ନୀଳ ଗଗନେ,

ରଙ୍ଗରେ ରଙ୍ଗେଇଦେଉ

ଖୁସି ଭରୁ ଜୀବନେ ।

ବାଳୁତ ଆମେରେ ପୁଣି

ମନ ଆମ ସରସ ,

ଦୁଃଖ କଷ୍ଟ ହୁଏ ନଷ୍ଟ

ବିଷ ହୁଏ ପୀୟୁଷ ।


Rate this content
Log in

Similar oriya poem from Fantasy