STORYMIRROR

Sumitra Nayak

Inspirational Children

3  

Sumitra Nayak

Inspirational Children

ଟିକି ସିନା ଫୁଲ ମୁଁ

ଟିକି ସିନା ଫୁଲ ମୁଁ

1 min
127

ଟିକି ସିନା ଫୁଲ ମୁଁ

      ମୋର ବାସ ଚହଟାଏ ।

ଟିକି ସିନା ଫୁଲ ମୁଁ

      ମୋର ରଙ୍ଗ କଥା କୁହେ।

ଟିକି ସିନା ଫୁଲ ମୁଁ

      ମୋର ସୌନ୍ଦର୍ଯ୍ୟ ମୋହେ।

ଟିକି ସିନା ଫୁଲ ମୁଁ

     ଦେବ ମସ୍ତକେ ଯେ ଥାଏ।

ଟିକି ସିନା ଫୁଲ ମୁଁ

       ମୋର ମାଳା ଗୁନ୍ଥା ଯାଏ।

ଟିକି ସିନା ଫୁଲ ମୁଁ

       ମୋର ମଧୁ ମଧୁପ ଯେ ପିଏ।

ଟିକି ସିନା ଫୁଲ ମୁଁ

      ଗୋଟେ ଦିନ ଫୁଟି ଥାଏ। 

ଟିକି ସିନା ଫୁଲ ମୁଁ

      ମୋର କାର୍ଯ୍ୟ ଅନନ୍ୟ ଥାଏ। 

ଟିକି ସିନା ଫୁଲ ମୁଁ

      ମନେ ସଦା ଉଲ୍ଲାସ ଭରାଏ। 

ଟିକି ସିନା ଫୁଲ ମୁଁ

      ସଦା ହସୁ ଖେଳୁ ଥାଏ। 

ଟିକି ସିନା ଫୁଲ ମୁଁ

       କେତେ କାର୍ଯ୍ୟ କରିଯାଏ। 

ଟିକି ସିନା ଫୁଲ ମୁଁ

       ପର ସେବେ ମନ ବଳାଏ। 

ଟିକି ସିନା ଫୁଲ ମୁଁ

       ମନେ ଗର୍ବ ଭାବ ନଥାଏ। 

ଟିକି ସିନା ଫୁଲ ମୁଁ

      କ୍ଷଣ ଆୟୁଷେ ଦୁଃଖ ନଥାଏ। 

ଟିକି ସିନା ଫୁଲ ମୁଁ

       ଶ୍ମଶାନେ ଯାତ୍ରା ସଜାଏ। 

ଟିକି ସିନା ଫୁଲ ମୁଁ

        ମୁଁ ସଦା ତତ୍ପର ଥାଏ। 

ଟିକି ସିନା ଫୁଲ ମୁଁ

        ରବି ତେଜେ ଫୁଟି ଥାଏ 

ଟିକି ସିନା ଫୁଲ ମୁଁ

       କ୍ଷଣକେ ମୂର୍ଚ୍ଛି ଝରି ଯାଏ। 

ଟିକି ସିନା ଫୁଲ ମୁଁ

       କୋମଳ ସ୍ପର୍ଶ ଯେ ସହେ। 

ଟିକି ସିନା ଫୁଲ ମୁଁ

       କଠୋରତାରେ ମଉଳି ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational