STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଟିକି ସିନା ଚିନ୍ତା ତା ମହାନ

ଟିକି ସିନା ଚିନ୍ତା ତା ମହାନ

1 min
357

ଟିକି ଟିକି ପକ୍ଷୀ ଆମେ 

       ନୀଳ ଆକାଶର

ଟିକି ଟିକି ଡେଣା ଆମ 

       ସରଗ ସୁନ୍ଦର ।।


ଟିକି ଟିକି ପ୍ରଜାପତି 

      ରଙ୍ଗ ବେରଙ୍ଗର 

ଉଡୁଥାଉ ଫୁଲେ ହୋଇ

      ଅନନ୍ଦ ମୁଖର ।।


ଟିକି ଟିକି ଫୁଲ ଆମେ

      ଟିକି ବଗିଚାର  

ବାସନାରେ ଭରିଦେବୁ

     ଏ ସାରା ସଂସାର ।।


ଟିକି ଟିକି ଆଖି ଆମ

     ଜ୍ୟୋତିର ଭଣ୍ଡାର 

ଟିକି ଟିକି ଓଠ ଆମ

     ହସର ସାଗର  ।।


ଟିକି ଟିକି କଥା ଆମ

      ଗୀତ ଠୁ ସୁନ୍ଦର  

ଟିକି ଟିକି ସୁର ଆମ

      ମଧୁ ଠୁ ମଧୁର  ।।


ଟିକି ଟିକି ହାତ ଆମ

      ଦାନର ଭଣ୍ଡାର 

ଟିକି ଟିକି ପାଦ ଆମ

      ଶକ୍ତିର ସମ୍ଭାର  ।।


ଟିକି ଟିକି ମନ ଆମ

      ନୀଳ ପାରାବାର

ଏ କୂଳ ସେ କୂଳ ଛୁଏଁ

      ପର ଠୁ ନିଜର   ।।


ଟକି ଟିକି ସ୍ବପ୍ନ ଆମ

     କେତେ ଯେ ଯୁଗର

ଗଢିବୁ ଦୁନିଆ ନୂଆ

     ସତ୍ୟ ଓ ଧର୍ମର ।।


କୁଳୁକୁଳୁ ଝରୁଥିବ

     ଅମୃତର ଧାର

ହସୁଥିବ ବସୁନ୍ଧରା 

     ସବୁଜ ସୁନ୍ଦର  ।।


ଆମେ ସିନା ଟିକି ପିଲା

      ଟିକିରେ ନଜର

ଟିକି ମଧ୍ୟେ ବଡ ଚିନ୍ତା

      ସଭିଏଁ ନିଜର  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational