STORYMIRROR

Anil kumar Pradhan

Romance

3  

Anil kumar Pradhan

Romance

ଟିକେ କହିବ

ଟିକେ କହିବ

1 min
222

ସୂର୍ଯ୍ୟର ତାତିରେ

ମନ ମୋର ଖୋଜେ

ଶୀତଳ ଛୁଆଁ ତୁମରି

ରାତ୍ରିର ଜହ୍ନରେ

ଖୋଲା ଆକାଶରେ

ମନେ ପଡ ତୁମେ ଭାରି Il

ଏକା ଏକା ଲାଗେ

ତୁମରି ବିରହେ

ଫିକା ଲାଗେ ଏ ଜୀବନ

ଦିନ ରାତି ଖାଲି

ତୁମ ପ୍ରତିଛବି

ତୁମ ଅଭୁଲା ସପନ ll

ତୁମେ ବହୁଦୂରେ

ହସ ମୋ' ନେଇଛ

ବିରହେ ଜଳିବ ପାଇଁ

ସ୍ମୃତି ସବୁ ଛାଡି

କି ସୁଖ ପାଉଛ

ଜାଣି ପାରିବିକି ମୁହିଁ ?

ଆକାଶେ ଦେଖିଲେ

ଉଡ଼ନ୍ତା ପକ୍ଷୀଙ୍କୁ

ଉଡିବାକୁ ଇଛା ହୁଏ

ତୁମେ ନୁଁହ ବୋଲି

ମୋ'ମନ ଅଟକି

ଶୂନ୍ୟତାକୁ ଖାଲି ଚାହେଁ ll

ଜଗିଛି ତୁମର

ଫେରିବା ବାଟକୁ

ଆସିବ ଅବାକି ତୁମେ

ସାଇତିଛି ସବୁ

ଯୁଗ ଯୁଗ ପ୍ରେମ

ଦେଇଥିବା ପ୍ରତିକ୍ଷଣେ ll

ତୁମେ ମତେ ଭଲ

ପାଅ କି ନପାଅ

ଭଲ ପାଏ ମୁଁ ତୁମକୁ

କବିତା ହେଉକି କଥା

ବୁଝିଲେ ପ୍ରେୟସୀ

ଯୁଗ ଯୁଗକୁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance