STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଠିପି

ଠିପି

1 min
240


ଠିପି ବନ୍ଦ ଏକ ବୋତଲ ଭିତରେ

ଲୁଚିଥାଏ ଏକ ଜିନୀ

ଖୋଲିଦେଲେ ହୁଏ ଅଦୃଶ୍ୟେ ସକ୍ରିୟ

ଏଇତ ଶୁଣା କାହାଣୀ ।


ଆରବ ନାଇଟ୍ସ କାହାଣୀମାଳାରେ

ଜିନୀ ପ୍ରବଳ ପ୍ରତାପୀ

ସଚରାଚରରେ ତାହା ଅବ୍ୟାପାର

ଗଲାଣି ବହୁଳ ବ୍ୟାପି ।


ଗୋଡାଉଛି ଜିନୀ ଠିପି ଖୋଲିଦେଲେ

ଲୋକଙ୍କୁ ଆଖି ତରାଟି

ଭାରି ଭୋକଶୋଷେ କହୁଛି ରେ ମୁର୍ଖ

ଚିଅରେ ଭିଜାଅ ତଣ୍ଟି ।


ହୁଅ ମସଗୁଲ ରଙ୍ଗୀନ ନିଶାରେ

ବଢାଅ ମୋହ ଲାଳସା

କର ସମର୍ପଣ କଳାଧଳା ଟଙ୍କା

ଭୋଗ ବାରନାରୀ ବାସ୍ନା ।


ନାହିଁ ଯଦି ପାଶେ ନିଜ ପକେଟରେ

ଲୁଟମାର ଚୋରୀ କର

ରଙ୍ଗୀନ ମୋ ମାୟା ନ ଛାଡ଼ ପିଅର

ହେଉଥାଅ ମସଗୁଲ ।


ସତ ଦୁନିଆଁରେ ଘର ପରିବାର

ଲାଗଇ ଭେଳିକି ମିଛ

ସତ ପୁଅ ଝିଅ ଭୂତ ପ୍ରେତ ଭଳି

ଦେଖୁଛନ୍ତି ଜିନୀ କୃତ୍ୟ ।


ପ୍ରଦତ୍ତ ଚିତ୍ରରେ ହସ୍ତରେ ମଦ୍ୟପୀ

ଧରିଛି ବୋତଲେ ମଦ

ସୁକନ୍ୟା ତାହାର ପିଛା କରି ତାର

କରୁଅଛି ଏକ ଜିଦ୍ ।


ଅନୀତି କର୍ମକୁ କରିବ ବିରୋଧ

ଯାହା ପଛେ ହୋଇଯାଉ

ଜୀଇଥିବା ଜିନୀ କାହିଁକି ଡରିବ

ସହିବ ନୁଖୁରା ଦାଉ ।


ନେବା ଆସ ଆମେ ଏପରି ଶପଥ

କରିବାନି ଠିପି ଖୋଲା

ଛାଡିଯିବ ନିଶା ପ୍ରେତଙ୍କ ବେଉସା

ବନ୍ଦ ହେବ ଜିନୀ ପାଲା ।


ବନ୍ଦ କରିଦେବା ବୋତଲ ଭିତରେ

ଲଗାଇବା ଭିଡ଼ି ଠିପି

ମଲା ଜିନୀ ସବୁ ରହିବେ ନିବୁଜ

କରିବେନି ବଦମାସୀ ।



Rate this content
Log in

Similar oriya poem from Inspirational