STORYMIRROR

Priyadarsini Das.

Romance Tragedy

3  

Priyadarsini Das.

Romance Tragedy

ଠିକଣା

ଠିକଣା

1 min
537


ମୋ ପାଇଁ ମୋ ଜହ୍ନର ଠିକଣା 

ଆଜି ବି ବଦଳନି 

ରହିଛି ଆଜି ସେଇ ଅଗଣା 

କିଛି ବି ହଜିନି ...।


ପୁନେଇଁ ରାତିର 

ସେ ରାତିରେ 

ସମୁଦ୍ର ବାଲିରେ 

ଥିଲି ତୋ ସାଥିରେ ....।



ସାକ୍ଷୀ ଏକା ଥିଲ ତୁମେ 

ଜହ୍ନ ମାମୁଁ ଥିଲ 

ଅବା ପ୍ରେମର ପ୍ରତୀକ ତୁମେ

ସାଜି ଆମ ପାଶେ ଥିଲ .....।


ପ୍ରତିଶ୍ରୁତିର ମୁହୂର୍ତ୍ତରେ 

ପ୍ରେମ ନିବେଦନର ସମୟରେ 

ପୁଣି ଆଖିରେ ହଜିବାରେ 

ସବୁଠି ଥିଲ ତୁମେ ....।



ଆଜି କିନ୍ତୁ ସବୁ ଯାଇଛି ବଦଳି ...।

ନା ଅଛି ସେ ପ୍ରେମ ,

ନା ପ୍ରତିଶ୍ରୁତି , 

ନା ବାଲି ଘର ...


ହେଲେ ବଦଳିନି ଆଜି ବି

ମୋ ଜହ୍ନର ଠିକଣା ......।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance