STORYMIRROR

Pranati Mahapatra

Inspirational Tragedy

2  

Pranati Mahapatra

Inspirational Tragedy

ତଥାପିଚାଲିବି

ତଥାପିଚାଲିବି

1 min
13.7K


।। ତଥାପି ଚାଲିବି।।


ଜୀବନର ପଥ ବଡ କଣ୍ଟକିତ

ଭାବିଲେ ହୁଏନି ବିଶ୍ୱାସ,

କେତେବେଳେ ଝଡ଼

ଅବା ମହାବାତ୍ୟା

ନେଇ ହୁଏ ନାହିଁ ନିଃଶ୍ଵାସ ।

ତୁମେ ଥିଲ ବୋଲି ଦୃଢଚିତ୍ତେ ମୁହିଁ

ଡିଏଁ ମୁଁ ଅମଡାବାଟ,

ଦୂରେଇ ଦେଲ ଯେ ପର କରିଦେଲ

ହେଉଛି ମୁଁ ଛଟପଟ ।

ପଛକୁ ନ ଫେରି ଥକି ନ ଯାଇ ମୁଁ

ଆଗକୁ ଆଗକୁ ଯିବି ,

ମାନସ ପଟରେ ତୁମ ସ୍ମୃତି ନେଇ

ତଥାପି ମୁଁ ଚାଲୁଥିବି ।


ପ୍ରଣତି ମହାପାତ୍ର

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational