STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତଥାପି

ତଥାପି

1 min
197


ଶୀତୁଆ ସକାଳ ନିଦୁଆ ଆଖିର

କୁହୁଡି ଘେରା ଏ ଜୀବନ

କୋବି କିଆରୀର କାକର ବିନ୍ଦୁରେ

ମିଠା ମିଠା କିଛି ସ୍ୱପ୍ନ।।


ଚୋର ଚଇତାଳି କୋଇଲିର କୁହୁ

ଆମ୍ବ ବାଉଳର ବାସ୍ନା

ଫଗୁଣର ରଙ୍ଗ ମନ ତଳେ ମାଖେ

ପୁନିଅଁ ଜହ୍ନ ଜୋଛନା।।


ପହିଲି ବରଷା ମାଟିର ଗନ୍ଧରେ

ଭିଜିଯାଏ ଯେବେ ମନ

ହୃଦ ତଳ କୋହ ଆଖି ତଳ ଲୁହ

ଦିଏଟି କେତେ କଷଣ।।


କେବେ ଏ ଜୀବନେ ଅସରା ବର୍ଷା

କୋହଲା ପବନ ବୁହେ

କରୋନା ମହାମାରୀ ଭୂତାଣୁ ଭୟ

ମଞ୍ଜ ଦୋହଲାଇ ଦିଏ।।


ପ୍ରେମ ଦିଏ ମୃତ୍ୟୁ ବିଶ୍ୱାସରେ ବିଷ

ପ୍ରତାରଣା ବେଇମାନୀ

କଅଁଳ ମାଉଁସ ଓଟାରି ଖାଏ ପଶୁ

ଅବା ଭଦ୍ରମୁଖା କିଏ ପୁଣି।


ସପନ ବେଉସା ଆଶାର ହତ୍ୟା

ପୋଡି ଯାଏ ମନ ଅରଣ୍ୟ

ଆଇଁଷିଆ ଗନ୍ଧେ ଦେହଳି ଜଳେ

ତଥାପି ସୁନ୍ଦର ଏ ଜୀବନ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational