STORYMIRROR

Satyabati Swain

Romance

3  

Satyabati Swain

Romance

ତଥାପି

ତଥାପି

1 min
120

ମନହୁଏ ତୋ ସଙ୍ଗେ

ଆକାଶରେ ଉଡିବାକୁ

ଉଡି ଉଡି ମେଘ ଦେଶେ

ତାରା ସବୁ ଗଣିବାକୁ।।


ଉଡିବାର ନିଶା ଆମ

କେବେ ଶେଷ ହୁଅନ୍ତାନି

ପୃଥିବୀ ଟା ଅଳିଆ

ଏଠି ଆଉ ଉଡିବାନି।।


ମୋ ମନର କାନଭାସେ

ତୋ ରଙ୍ଗ ଚିକିମିକି

ତୋ ଟିକେ ଛୁଇଁବାକୁ

ହୃଦୟ ମୋ ଦିକ ଦିକ।।


ବଉଳା ଏ ମନ ମୋର

ଖୋଜେ ଖାଲି ସାଥି ତୋର

ନିଃଶ୍ବାସଟି ଥିବା ଯାଏ

ତୁ ରୁହନ୍ତୁ ମୋ ସଙ୍ଗର।।


ଜାଣିଛି ମୁଁ ଏ ସ୍ବପ୍ନ ମୋ

କେବେ ପୁରା ହୋଇବନି

ତୋ ସାଥି ତୋ ମନ

ଏ ଜୀବନେ ମିଳିବନି।।


ତଥାପି ମୁଁ ଭଲ ପାଏ

ଭଲ ତୋତେ ପାଉଥିବି

ତୋ ପାଇଁ ସୁଖ ମାଗି

ଦୀପଟିଏ ଜାଳୁଥିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance