STORYMIRROR

Pradeep Kumar Panda

Abstract Classics Inspirational

3  

Pradeep Kumar Panda

Abstract Classics Inspirational

ତଥାପି ମୋ ଗାଁ ହସୁଛି

ତଥାପି ମୋ ଗାଁ ହସୁଛି

1 min
298

ବଳଦ ନାହିଁ କି ଗୁହାଳ ନାହିଁଲଙ୍ଗଳ ନାହିଁ କି ହଳିଆ ନାହିଁଅମଳ ପାଇଁ କି ଖଳାଟେ ନାହିଁରଖିବା ପାଇଁ କି ଅମାର ନାହିଁସବୁତ ବଦଳି ଯାଇଛିତଥାପି ମୋ ଗାଁ ହସୁଛି ।


ସକାଳ ହୋଇଲେ ରାବୁନି କାଉପିଢ଼ା ନାହିଁ ଆଉ ମାଡିବ ଲାଉଚାଷ ହେଉନାହିଁ ଭଲରେ ଆଉଖାଆନ୍ତିନି କେହି ମାଣ୍ଡିଆ ଯାଉସେସବୁ ପୁରୁଣା ହେଇଛିତଥାପି ମୋ ଗାଁ ହସୁଛି ।


ଓଷା ପରବରେ ଚିତା ପଡୁନିନୂଆବୋହୂ ଆଉ ଲାଜ କରୁନିପଖାଳ ଖାଇଲେ ଦେହେ ଯାଉନିବାଡ଼ିରେ ବି ଛତୁ ଆଉ ଫୁଟୁନିସନ୍ଧ୍ୟାରେ ବିଲୁଆ ଜମା ଭୁକୁନିସବୁତ ବଦଳି ଯାଇଛିତଥାପି ମୋ ଗାଁ ହସୁଛି ।


ନଥାଉ ପଛକେ ଗୋଠରେ ଗାଈକଅଁଳା ବାଛୁରୀ ନଥାଉ ଡେଇଁପୋଖରୀରେ ପଛେ ନଫୁଟୁ କଇଁନମିଳୁ ପଛକେ ଗଛର ଛାଇଶୋଭା ସିନା ହଜି ଯାଇଛିତଥାପି ମୋ ଗାଁ ହସୁଛି ।


ଗାଁଆ ପୁଅ ପଛେ ସହର ଧାଉଁପାଠ ପଢି ପଛେ ବେକାର ହେଉବିଷ ଖାଇ ପଛେ ଚାଷୀଟା ଶୋଉଚାଷ ବାସ ପଛେ ଉଜୁଡି ଯାଉଶାଢ଼ୀ ଛାଡି ବୋହୁ ଜିନ୍ସ ନାଉମନଟାକୁ ସିନା ବାଧୁଛିତଥାପି ମୋ ଗାଁ ହସୁଛି ।


ମାଟିର ହାଣ୍ଡିରେ ବସୁନି ଭାତବିଲରେ ପଡୁନି ଗୋବର ଖତଚାଳ ଘର ସବୁ ହୋଇଛି ଛାତପୁଅ ମାରୁଅଛି ବାପକୁ ନାତକାହାର କଅଣ ଯାଉଛିତଥାପି ମୋ ଗାଁ ହସୁଛି ।


ରଜରେ ଆଉ ଲାଗୁନି ଦୋଳିବାଡ଼ି ନାହିଁ ଆଉ ହୋଇବ କୋଳିପିଠା ପଣା ନାହିଁ ଭଳି କି ଭଳିବଗିଚା ନାହିଁ କାହୁଁ ଆସିବ ମାଳିସବୁ ସିନା ସ୍ମୃତି ହୋଇଛିତଥାପି ମୋ ଗାଁ ହସୁଛି ।


ଜମି ବାଡ଼ି ପଛେ ପଡୁ ପଡିଆ ପ୍ଲାଷ୍ଟିକ ଜରିରେ ଭରୁ ଗାଡିଆହେଲେହେଉ ତାହା ଯେତେ ଅଳିଆଲାଗି ରହିଥାଉ ଗଣ୍ଡ ଗୋଳିଆଗାଁଆ ପଛେ ଯେତେ ନିନ୍ଦା ପାଉଛିତଥାପି ମୋ ଗାଁ ହସୁଛି ।


ନନଷ୍ଟିକ ସାଜିଛି ମାଟିର ହାଣ୍ଡିନାହିଁ ହାଣ୍ଡିଶାଳ ନାହିଁ ଦେଇପିଣ୍ଡିମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡିତଥାପି ପ୍ରେମରେ ରଖିଛି ବାନ୍ଧିକର୍ପୂର ଉଡି କନା ପଡି ରହିଛିତଥାପି ମୋ ଗାଁ ହସୁଛି


Rate this content
Log in

Similar oriya poem from Abstract