STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ତଥାପି ଜୀବନ

ତଥାପି ଜୀବନ

1 min
130

ତଥାପି ଚାହୁଁଛି ବଞ୍ଚିବାକୁ

ଅମୃତ ଅଛି ଏ ଦୁନିଆଁରେ

ମାୟା ମମତା ମୋହ ସେନେହେ

ମାଆ ବାନ୍ଧିଛି ଯେଉଁଠି ପଣତରେ

ତଥାପି ଚାହୁଁଛି ବଞ୍ଚିବାକୁ

ବାପାଙ୍କ କାନ୍ଧ ଭରସା ଯୋଉଠି

ପୂର୍ଣ୍ଣତା ଅବୟବ ସାହା ହେବାକୁ

ତଥାପି ଚାହୁଁଛି ବଞ୍ଚିବାକୁ

ସହଦୋର ସାଥେ ଛନ୍ଦି ବାନ୍ଧି ରହିବାକୁ

ଭାଇଥିଲେ ବିପଦ ଆପଦେ ସାହା ହେବାକୁ

ଭଉଣୀକୁ ସୁଖ ଦୁଃଖ କହିବାକୁ

ତଥାପି ଚାହୁଁଛି ବଞ୍ଚିବାକୁ

ଅଛି ଶାଗ ଭାତ, ଅଛି ଚୁଲି ଚାଲ

ବିଶ୍ୱାସ ନିଶ୍ବାସ ପରଖିବାକୁ

ତଥାପି ଚାହୁଁଛି ବଞ୍ଚିଯିବାକୁ

ପଶୁର ଆଖିରେ ଶଶୁର ହସରେ

ସୁନ୍ଦର ଦୁନିଆଁ ଦେଖିଯିବାକୁ

ତଥାପି ଚାହୁଁଛି ବଞ୍ଚିବାକୁ

ସୁଲୁସୁଲୁ ଶୀତଳ ବାଆ, ନଦୀ ଦ୍ରଦ

ପାଣି ପିଇ ଯିବାକୁ

ଋତୁ ଅନୁଯାୟୀ ସ୍ଵଭାବ ବଦଳେଇ

ଥରେ ମାଟି ମାଆ ବୁକୁରେ ବଞ୍ଚିରହିଯିବାକୁ

ଗଛ ଛାଇତଳେ ପାହାଡ ଖୋଲେ

ପକ୍ଷୀ କୁଜନରେ ଆଶ୍ବସ୍ତ ଲାଭିବାକୁ

ତଥାପି ଚାହୁଁଛି ମଣିଷପଣିଆ ବାଣ୍ଟିଯିବାକୁ

କିଏ ଦେଉ ବା ନଦେଉ ଟଙ୍କ ତୋରାଣିରେ

କୈବଲ୍ୟ ମୁଠାଏ ପାଇଯିବାକୁ

ନୀଳଚକ୍ରବାନା ଉଡେ ଫରଫର

ସିଂହ ଦୁଆରେ ପତିତପାବନ ଦେଖିଯିବାକୁ

ସ୍ଵର୍ଗଦ୍ଵାର ଯଦି ଅଳପ ଦୂର

ତଥାପି ଚାହୁଁଛି ଦାନା କନା ପାଇ

ବଡ଼ଦାଣ୍ଡେ ଥରେ ଗଡିଯିବାକୁ

ମଣିଷ ଜନମ ପାଇଛି ଯେଣୁ ମୁଁ

ଦି ଘଡି ଚାହେଁ ବଞ୍ଚି ଯିବାକୁ

ଫୁଲର ସୁରଭି ବର୍ଷାର ଜଳ

ସୂର୍ଯ୍ୟଙ୍କ ଉତ୍ତାପ ସହିଯିବାକୁ

ତଥାପି ଚାହେଁ ମୁଁ ବଞ୍ଚିଯିବାକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract