STORYMIRROR

Dr Baman Chandra Dixit

Tragedy

3  

Dr Baman Chandra Dixit

Tragedy

ତଥାପି ଡାକିବି

ତଥାପି ଡାକିବି

1 min
387


ଛାତିରେ ଛାତିଏ କୋହ ଭରି ହରି

  ତଥାପି ଡାକୁଛି ତୋତେ,

କିଆଁ ମୁଁ କହିବି  ଦେଇନାହଁ କିଛି

  ମୋ କରମ ମାରେ ମୋତେ।

 ହାୟ... ତଥାପି ଡାକିବି ତୋତେ।୧।


ତୁମକୁ ଦେଖେ ମୁଁ ଶିଶୁର କ୍ରନ୍ଦନେ

ମାୟାର ବନ୍ଧନେ ପ୍ରେମର ଇନ୍ଧନେ

ସ୍ନେହ ମମତାର  ବନ୍ଧନ ବାନ୍ଧିଛ

  ତୁମେ ଏକା ଏ ଜଗତେ

 ହାୟ... ତଥାପି ଡାକିବି ତୋତେ।୨।


ତୁମେ ତ ଦେଇଛ ଫୁଲରେ ସୁବାସ

କୋଇଲିର କଣ୍ଠେ ମଧୁର ସଙ୍ଗୀତ

ହେଲେ ଦୟାମୟ ମୋ ପ୍ରାଣେ ଦେଇନା

   ପୁଲକ କିଆଁ କିଞ୍ଚିତେ।

 ହାୟ....ତଥାପି ଡାକୁଛି ତୋତେ।୩।


ନ ଦେଲେ ନ ଦିଅ ନାହିଁ ମୋ ଶୋଚନା

  ତଥାପି ଡାକିବି କରି ଅରଚନା

ଜୀଵ ଯିବ ଚାଲି  ଆହେ ବନମାଳୀ

   ଝୁରୁ ଥିବି ସିନା ତୋତେ

  ହାଏ..... ତଥାପି ଡାକିବି ତୋତେ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy