Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ତଥାପି ଚାଲିଛି

ତଥାପି ଚାଲିଛି

1 min
223



ସବୁଦିନ ଆମେ ଶୁଣୁଛୁ ଖବର ଲାଞ୍ଚୁଆ ପଡ଼ିଲା ଧରା,

କୋଟି କୋଟି ତାଙ୍କ ଘରେ ରଖି ସିଏ ଜେଲରେ ଖାଏ ଖରା |


ଯଉତୁକ ପାଇଁ ବଧୂ ପୋଡ଼ାହୁଏ ଦେଇକେତେ ନିର୍ଯ୍ୟାତନା,

ଶ୍ୱଶୁର ସହିତ ଶାଶୂମା' ନଣନ୍ଦ ଥାନାକୁ ହୁଅନ୍ତି ଟଣା |


ଡାହାଣୀ ଡାହାଣୀ କହି କେତେଜଣ ବୁଢା-ବୁଢୀଙ୍କୁ ମାରନ୍ତି,

ଅପରାଧୀ ଯେତେ ଚତୁର ହେଲେ ବି ନିଶ୍ଚୟ ଧରା ପଡ଼ନ୍ତି |


ସଭିଏଁ ଜାଣନ୍ତି ଅବାଟରେ ଗଲେ ନିଶ୍ଚୟ ବିପଦ ଅଛି,

ତଥାପି ଦୁଷ୍କର୍ମ କରନ୍ତି ଅନେକ କାଟନ୍ତି ନିଜର ଗୋଛି |


ଗୁଣିଆଁ ଫୁଙ୍କାରେ ଝଡ଼େନାହିଁ କେବେ ସାପ-କୁକୁରର ବିଷ,

ତଥାପି ଡାକ୍ତରଖାନାକୁ ନ ଯାଇ କରୁ ନିଜ ସର୍ବନାଶ |


ଦୁଃଖୀ କରିଦିଏ ଜୀବନ ବି ନିଏ ନିଶା-ପାଣି ବ୍ୟବହାର,

ସଭିଏଁ ଜାଣନ୍ତି ତଥାପି ମରନ୍ତି ନିସ୍ୱକରି ପରିବାର |



Rate this content
Log in

Similar oriya poem from Classics