Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Tragedy Others

3  

Anita Dash

Abstract Tragedy Others

ତଥାପି ବି ଚୁପ୍ ରହିଛି

ତଥାପି ବି ଚୁପ୍ ରହିଛି

1 min
250



ସତ କହିବାକୁ ଭାରି ଭଲପାଏ

ତଥାପି ମୁଁ ଚୁପ୍ ରହିଛି;

ଅପ୍ରିୟ ସତ୍ୟଟି ସଂପର୍କକୁ ଭାଂଗେ

ଛଳନାର ଭାର ସହିଛି। [୧]


'ଯେଷା ପାଇଁ ତେଷା',ପ୍ରତିହିଂସା ପଣ

ମନରୁ ମୋ ପୋଛି ଦେଇଛି;

କ୍ଷମା ଦୟା ଆଉ ଆତ୍ମୀୟତା ଭାବ

ହୃଦୟରେ ଭରି ରଖିଛି। [୨]


କପଟ ମିଥ୍ୟା ମାନ ଅପମାନ

ଅନ୍ତରକୁ ଭାରି ବାଧିଛି;

ସରଳ ହୃଦରେ ମୋ ବଡପଣ ରେ

ହସି ହସି କଷ୍ଟ ରୋଧିଛି। [୩]


ଅବିଶ୍ବାସ ବେଡି, କୁସଂସ୍କାର ଶୃଙ୍ଖଳ

ଚଉଦିଗ ଘେରି ରହିଛି,

ନିବୁଜ ଲଣ୍ଠନ ଶିଖାଟି ପରି ମୁଁ

ଦିକି ଦିକି ହୋଇ ଜଳୁଛି । [୪]


ନିଜ ଜୀବନର ସୁଖ ବଳି ଦେଇ

ପରକୁ ଆପଣା କରିଛି,

ମୋହ ମାୟା ଘେରା ଦୁନିଆଁରେ ମୋର

ଅଣ୍ଟି ଛୁରୀ ତଣ୍ଟି କାଟିଛି । [୫]


ଗୋପନରେ କେତେ ସପନ ସଜାଡି

ମନେ ମନେ ଖୁସି ହୋଇଛି,

ସପନ ଶୁଖଠୁ ବାସତବ ଦୁଃଖ

ସବୁବେଳେ ଭାରି ରହୁଛି । [୬]


ସୁଖର ପଛରେ ଧାଇଁ ଧାଇଁ ସଦା

ଧଇଁସଇଁ ସିନା ହେଉଛି,

ସମୟ ନଈରେ ସୁଖର ପଦୁଅଁ

ଘୁଂଚି ଘୁଂଚି ଚାଲି ଯାଉଛି। [୭]


ଅନୁଭୂତି ମୋର ବଡ ଗୁରୁ

ମତେ ଭିନ୍ନ ଅନୁଭବ ଦେଇଛି;

ସେଥିପାଇଁ ମୁଁ ତ 'ତୁଳସୀ ବଣର-

ବାଘ'କୁବି ଚିହ୍ନି ଯାଉଛି। [୮]


କାଉଁରିଆ କାଠି ଭାଙ୍ଗିଯାଏ ସିନା

ନଇଁ ଯାଏ ନାହିଁ କେଉଁଠି"-

ଜୀବନ ଦର୍ଶନ ଆପଣେଇ ଏବେ

ବଂଚିବାକୁ ମନ ବଳୁଛି ।

ତଥାପି ବି ଚୁପ୍ ରହିଛି;

ତଥାପି ବି ଚୁପ୍ ରହିଛି। [୯]



Rate this content
Log in

Similar oriya poem from Abstract