STORYMIRROR

Satyabati Swain

Classics

3  

Satyabati Swain

Classics

ତଥାପି ଭାବୁଛି

ତଥାପି ଭାବୁଛି

1 min
207

କାହା ପାଇଁ ହଲ୍ ଚଲ୍

ଏ ହୃଦ କନ୍ଦର

କାହା ପାଇଁ ଆକୁଳିତ ଏତେ

ମନ ପ୍ରାଣ ମୋର ।


କିଏ ସେହି ମୋ ମୁହଁରୁ

ହସ ଦିଏ ଲିଭେଇ

ଆତ୍ମା ମୋ ବିଳପେ କାଇଁ

ଭବିଷ୍ୟତକୁ ନେଇ।


ଭୟ ମୋର କାଲି ପାଇଁ

ଜାଣେନା କି ହେବ

ଜନ୍ମ ଦେଇ କଲବଲ

କିଆଁ କର ଦେବ?


ତୁମେ ହିଁ ସବୁ କର

ଏକଥା ଜାଣିଛି

ମୋ ହାତରେ କିଛି ନାହିଁ

ତଥାପି ଭାବୁଛି !


ଅନ୍ଧାରେ ଆଲୁଅ ତୁମେ

ନିଅ ବାଟ କଢେଇ

ଦ୍ଵିବିଧା ମୋ ଦୂରକର

ହେ ପ୍ରଭୁ ଭାବଗ୍ରାହୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics