STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

ଠାକୁରଙ୍କବାର୍ତ୍ତା

ଠାକୁରଙ୍କବାର୍ତ୍ତା

1 min
26K


ମୋଅରି ସୃଷ୍ଟିର ଶ୍ରେଷ୍ଠ ସୃଷ୍ଟି

ମାନବ ହେ, ଶୁଣିବ କି ?

ଧର୍ମ ନାମେ ହିଂସାକାଣ୍ଡ ଭିଆଇ

ହୁଅ ନାହିଁ ଅବିବେକୀ।

ସରଜିଥିଲି ମୁଁ ସୃଷ୍ଟିରେ ମାନବ

ଛାତି ତଳେ ରଖି ମର୍ମ,

ସବୁ ଧର୍ମ ତୁମ ମନଗଢା ଯାହା

ସତ ତା ମାନବ ଧର୍ମ।

ଧର୍ମ ବୋଲି ତୁମେ କୁହ ଯାହା ସିଏ 

ମୋତେ ପାଇବାର ପଥ,

ମୋର ପ୍ରାପ୍ତି ପାଇଁ ସେତେ ପଥ ଅଛି

ମୋ ଗାଥାର ଯେତେ ମତ।

ଜନମୁଁ ସଭିଏଁ ଆକୁଳ ମୋ ପାଇଁ

ଜାଣିଥାନ୍ତି ନିଜ ବାଟ।

ବାଟ କାରେ ଦେଖାଇବା ଲୋଡ଼ା ନାହିଁ

ହେବାକୁ ମୋ'ସାଥେ ଭେଟ।

ଧର୍ମାନ୍ତରର ନାଟକ କାହିଁକି

ଶାନ୍ତିର ମୋ ସୃଷ୍ଟିରେ ?

ସବୁ ଧର୍ମ ଠାରୁ ମାନବ ଧର୍ମ

ଶ୍ରେଷ୍ଠ ଅଟେ ମୋ ଦୃଷ୍ଟିରେ।

ମାନବ ଧର୍ମର ଶ୍ରେଷ୍ଠ ଉପାସନା

ମଣିଷ ପଣିଆ ଟିକେ,

ଛାଡ଼ ଧର୍ମ ନାମେ ହିଂସା-ଦଙ୍ଗା

ଶାନ୍ତି ରଚ ଧରା ବୁକେ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ:୯୯୦୪୦୩୨୦୧୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational