ଟାଙ୍ଗରା ଭୂଇଁ
ଟାଙ୍ଗରା ଭୂଇଁ
ଏ ଗ୍ରୀଷ୍ମର ତାତି ସହିବା ଭାରି କଷ୍ଟ
କି ଗରମ୍ , କି ଝିମ୍ ଝିମ୍ ପବନ ,
ବରଷା କି ଜଳର ଦେଖା ନାହିଁ ।
ଶୁଖିଲା ପଡ଼ିଛି ମୁଁ ,
ମୋ ଦେହ ସାରା ଫାଟ ,
ଜଳ ସ୍ତରର ଦେଖା ନାହିଁ ।
ଆଁ କରି ଚାହିଁଛି ଉପରକୁ ,
କିଛି ଟିକିଏ ଆସିବ ,
କେଇ ବୁନ୍ଦା ଜଳ ପଡ଼ିବ
ମୋ ତଣ୍ଟିରେ ,
ମେଣ୍ଟିବି ଶୋଷ ।
ହେଲେ ଅପେକ୍ଷାର ଅନ୍ତ ହେଉନି ,
ସେମିତି ଶୁଖିଲା ହୋଇ ପଡ଼ିଛି ,
ଚାରା ସବୁ ମରି ଗଲାଣି ,
ମଞ୍ଜି ସବୁ ଶୁଖି ଗଲାଣି ।
ବାଇଆ ଚଢ଼େଇଟା ତଣ୍ଟି ଶୁଖି ଗଲାଣି
ପଥିକ ଟେ ଥକି ଗଲାଣି ।
କୃଷକ ମୁଣ୍ଡରେ ହାତ ଦେଲାଣି ,
କେଉଁଠି ଜଳ କରର ଭାରା ବଢ଼ି ଗଲାଣି ।
କୃଷକଟି ଋଣ ଡରରେ ମରି ଗଲାଣି ।
ମୋର ତଣ୍ଟି ସେମିତି ଶୁଖିଲା ।
ଚାତକ ପରି ଅନେଇଛି
ପାଣିର ଦୁଇ ବୁନ୍ଦାରେ ଶୋଷ ମେଣ୍ଟେଇ ବି ।
ଏ ଗ୍ରୀଷ୍ମରୁ ଟିକିଏ ତ୍ରାହି ମିଳନ୍ତାନି ,
ମୋ ଶୁଖିଲା , ଟାଙ୍ଗରା ଭୂଇଁରେ ଟିକିଏ ବାରିଧାରା ବରଷାନ୍ତିନି ।
