ତରୁଣ
ତରୁଣ
ସମାଜର ଆଶା ଦିଶାରେ ଉଦିତ
ଵାଳ ଅରୁଣ ତରୁଣ !
ସଫଳ ଶିଖର ଛୁଇଁ ଛୁଇଁ ଯାଉ
ତୁମ ଭବିଷ୍ୟ ଜୀବନ।
ସଂସାର ସରସୀ ପଂକରୁ ସ୍ଫୁରିତ
ସୁରମ୍ୟ କମଳ ପରି,
ସୁରଭି ତୁମର ଶତ ଜନ ମନ
ମାନସକୁ ଦେଉ ଭରି ।
ଶତାୟୁ ବରଷ ପଶୁତ୍ବ ଆବରି
ଜୀବନ ନ ହେଉ ବ୍ୟର୍ଥ ,
ଶେଫାଳିଟି ପରି ଦୁର୍ଲଭ ଜନମ
କରିଯାଅ ଚରିତାର୍ଥ।
ଆଜିର ତରୁଣ କାଲିର ସକାଳେ
ହୋଇବ ସୁନାଗରିକ,
ସୁନାର ଭାରତ ଗଠନରେ ନିଶ୍ଚେ
ହେବ ଛାମୁଆ ସୈନିକ।
