STORYMIRROR

Trushna Das

Inspirational

3  

Trushna Das

Inspirational

ତରୁଣ ଗୋଷ୍ଠୀ

ତରୁଣ ଗୋଷ୍ଠୀ

1 min
215

ହେ ଆଜିର ତରୁଣ ଗୋଷ୍ଠୀ 

ତୁମେ ପରା ଆଜିର ଯୁବପିଢ଼ି 

ତୁମେ ପୁରା ଦେଶର ନିର୍ଦ୍ଧାରଣକାରୀ

କାହିଁକି ଆଜି ତୁମେ ହେଉଛ ଏମିତି???


ହେ ଆଜିର ତରୁଣ ଗୋଷ୍ଠୀ 

କେମିତି ଭୁଲି ଯାଇଛ ତୁମର ପୂର୍ବ ପୁରୁଷଙ୍କ ଗୀତି 

ମଦୁଆ ମାତାଲ ହୋଇ

କରୁଛ ଅନ୍ୟାୟ ଅନୀତି।। 


ହେ ଆଜିର ତରୁଣ ଗୋଷ୍ଠୀ 

ଯୌବନ ନିଶାରେ ମାତି

ଖେଳୁଛ ନାରୀମାନଙ୍କ ଜୀବନ ସହିତ ନିତି

ଏପରି କରିବାକୁ ଲାଗୁ ନାହିଁ ଲାଜ ତୁମକୁ କି??? 


ହେ ଆଜିର ତରୁଣ ଗୋଷ୍ଠୀ 

ନାହିଁ ସ୍ନେହ ଆଦର ବାପା ମାଆଙ୍କ ପ୍ରତି 

ସେମାନଙ୍କୁ ହତାଦର କରି 

କି ପାଉଛ ଖୁସି ତୁମେ ଆଜି??? 


ହେ ଆଜିର ତରୁଣ ଗୋଷ୍ଠୀ 

ତୁମ ପାଇଁ କଳଙ୍କିତ ହୋଇଛି ତୁମ ବଂଶର ସଂସ୍କାର ଓ ପରମ୍ପରା ଆଜି 

ବାପା ମାଆଙ୍କ ମୁଣ୍ଡ ତଳକୁ ହୋଇ ଯାଇଛି 

କେମିତି ତୁମେ ପାରୁଛ ସହି।। 


ହେ ଆଜିର ତରୁଣ ଗୋଷ୍ଠୀ 

ମନେ ପକାଅ ତୁମ ପୂର୍ବ ପୁରୁଷଙ୍କର କୀର୍ତ୍ତିନାମା ସବୁକିଛି 

ଅବଲମ୍ବନ କର ସେମାନଙ୍କ ନୀତି

ତୁମ ଜୀବନର ଗତି ପଥ ନିଶ୍ଚିତ ଯିବ ସୁଧୁରି

ହୋଇବ ତୁମର ଉନ୍ନତି 

ତୁମ ବାପା ମାଆ ନିଶ୍ଚିତ ଗର୍ବ କରିବେ ତୁମକୁ ନେଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational