ତୃତୀୟା ତିଥିରେ
ତୃତୀୟା ତିଥିରେ
ବୈଶାଖ ମାସର ତୃତୀୟା ତିଥିରେ
ଏମିତି ସେ ଦିନ ଘଡି ପଥୁଲିରେ ମନ
ରଥ ଚକ ଅନୁକୂଳେ ଧ୍ୟାନ
କୃଷକ ଭାଇ ବୁଣେ ମୁଠି ଧାନ ।
ଏ ଦିନଟି ସବୁଠୁ ଶୁଭ ଦିନ
ଲୋଡ଼ା ନାହିଁ ପାଞ୍ଜି ଅଭିଧାନ
ବିବାହ ବ୍ରତ ଘରପ୍ରତିଷ୍ଠା ମାନ
ଶୁଭ ହୁଏ କଲେ ଏହି ଦିନ ।
ରଥ ଗଢ଼ା ହେବ ଆଜିଠୁ ଜାଣ
ମାଉସୀ ମାଆ ଘର ଯିବେ ସୁନା ଧନ
ଲକ୍ଷେ ପାପ ଧୋଇଯିବ କଲେ ଦର୍ଶନ
ମାଆଲଷ୍ମୀ କରିବେ କେତେ ମାନଅଭିମାନ ।
ପାଣ୍ଡଵ କୌରଵ ଯୁଦ୍ଧ ସମାପନ ଏହି ଦିନ
ଏହି ଦିନେ ପର୍ଶୁରାମ ଙ୍କ ଶୁଭ ଜନ୍ମ
ଗଙ୍ଗାମାତା ଓଲ୍ହାଇଲେ ଧରାଧାମେ ଏ ଦିନ
ସତ୍ୟଯୁଗ ଆରମ୍ଭ ବ୍ରହ୍ମାଙ୍କନନ୍ଦନ ଅକ୍ଷୟଙ୍କଜନ୍ମ।
p>ଅକ୍ଷିତୃତୀୟାରେ ଅକ୍ଷି ସଜଡାରେ
ରଖି ମନ ମୁନ ଚଇତନ
ସର୍ବ ଦେବାଦେବୀ କରନ୍ତି ପୁଷ୍ପ ବର୍ଷଣ
ସର୍ବ ଶୁଭାଷୁଭ କହି ଦିଅନ୍ତି ବରଦାନ ।
ଅକ୍ଷିତୃତୀୟାରେ ରଖିବା ଧ୍ୟାନ
ଶୁଭଲଗନର ସ୍ଵଛ ବିଦ୍ଧି ବିଧାନ
ପର୍ବ ପର୍ବାଣୀ ସର୍ବାଗେ ଏ ଦିନ
ସ୍ଵଛ ମନେ ସ୍ଵଛ ପରମ୍ପରା ବୀଜବପନ ।
ଓଡିଶା ରାଇଜ ପର୍ବ ପାର୍ବଣ
ଅକ୍ଷିତୃତୀୟା ମହାନ ଭିତରେ ମହାନ
ଚକ କହେ ମୁଁ ଅଖ କହେ ମୁଁ ଉତ୍ଥାନ
ଚକ ଅଖ ଦୁହେଁ ମିଶି ରଥେ ପ୍ରଭୁ ଦର୍ଶନ ।
ଅକ୍ଷିତୃତୀୟାରେ ଚକା ନୟନ
ରଥ ଅନୁକୂଳେ ବଳାଇ ମନ
ଆକାଶରେ ସୂର୍ଯ୍ୟ ଚନ୍ଦ୍ର କରନ୍ତି ପୁଷ୍ପବର୍ଶଣ
ସୁନେଲି ସ୍ବପନେ ଚାଷୀ ବିଭୋର ମନ ।