ତୃତୀୟ ନିୟମ
ତୃତୀୟ ନିୟମ
ତୃତୀୟ ନିୟମ ହ୍ରୁଦୟକୁ ଛୁଇଁଛି
ସମାଜର ଚଳନ୍ତି ନିୟମ
ନ୍ୟୁଟନ୍ ଙ୍କ ଅନ୍ୟ ଦୁଇଟି ନିୟମ
ପାଠୁଆଙ୍କୁ ଉଦ୍ଦିଷ୍ଟ
ତୃତୀୟ ନିୟମର ଗୁରୁତ୍ଵ ଅଛି
ଦୈନନ୍ଦିନ ଘଟଣା ସହିତ ଜଡ଼ିତ
ସରଳ ଭାଷାରେ ବୁଝିବାକୁ ହେବ
ଅନ୍ୟ ପ୍ରତି ବଳ ପ୍ରୟୋଗ କଲେ
ସମାନ ପରିମାଣର ବିପରୀତ ପ୍ରତିକ୍ରିୟା
ନ୍ୟୁଟନ୍ ଙ୍କ ଗବେଷଣାର ପଟାନ୍ତର ନାହିଁ
ପ୍ରତି କ୍ଷେତ୍ରରେ ପ୍ରମାଣିତ ତୃତୀୟ ନିୟମ
ଅନ୍ୟକୁ ବାଧିଲା ପରି କହିଲେ
ତାର ଜବାବ ସେଇ ପରି ବିପରୀତ ମୁହାଁ
ଘରେ,ବାହାରେ ଓ କର୍ମ କ୍ଷେତ୍ରରେ
ସବୁଠି ସେଇ ନିୟମ ଲାଗୁ
ଯେତେ ଜୋର୍ ଶକ୍ତିର ପ୍ରୟୋଗ
ସେହି ପରିମାଣର ଆଘାତ ପ୍ରତିକ୍ରିୟା
ସ୍ନେହ ଦେଲେ ସମ୍ମାନ
କଅଁଳିଆ କଥା କହିଲେ ଉତ୍ତର ବି ମିଠା
ସାମାଜିକ ତଥ୍ୟକୁ ବିଜ୍ଞାନ ସମ୍ମତ
ନିର୍ଜୀବ ବସ୍ତୁ ଉପରେ ଆଧାରିତ
ସମାଜରେ ପ୍ରତିଫଳିତ, ବେଶ୍ ମନ ଛୁଆଁ
ତୃତୀୟ ନିୟମ ହେଉ କି ନୟନ ହେଉ
ଟିକିଏ ଓଜନ ଅଛି
ରାଗରେ ନିଆଁ ହେଲେ,ଶିବଙ୍କ ତୃତୀୟ ନୟନ
ଯଦି ଖୋଲିଯାଏ , ପ୍ରଳୟ ହିଁ ପ୍ରଳୟ
ଜଣକୁ କଷ୍ଟ ଦେଇ ଉତ୍ତେଜିତ କଲେ
ସେ ବି ପ୍ରତିକ୍ରିୟା ରଖିବା ନିଶ୍ଚିତ
ପୁଣି,ସମାନ ଓ ବିପରୀତ ଷ୍ଟାଇଲରେ
ତୃତୀୟ ନିୟମ ଆଉ ନ୍ୟୁଟନ୍ ଙ୍କ ପରୀକ୍ଷା
ଫିଜିକ୍ସ ପାଠ,ବୁଝିବା ବି ସହଜ
ଅପାଠୁଆ ନିୟମ କଣ କହିପାରିବେ କି ନାହିଁ
କିନ୍ତୁ ନିୟମର ସିଦ୍ଧାନ୍ତ ଜଣା
ଯାହା ସହଜରେ ଆମ ଚାରିପଟେ ଅନୁମେୟ
ସାମାଜିକ ସିଦ୍ଧାନ୍ତ ବି ବିଜ୍ଞାନ ସମ୍ମତ
ଆମେ ଯେତେ ଜୋର୍ ଆଘାତ ଦେବା
ଆଘାତ ର ପ୍ରତିକ୍ରିୟା ବି ଅନୁଭୂତ ହେବ
ଯେତେ ଜୋର୍ ଶବ୍ଦ,ସେତେ ଜୋର୍ ପ୍ରତିଧ୍ଵନୀ
ଠିକ୍ ସେପରି,ଆମର ସାମାଜିକ ଜିବନ
ତୃତୀୟ ନୟନ ଆପେ ଆପେ ଖୋଲେ ନାହିଁ
ଦେବ ଦେବଙ୍କୁ ଶକ୍ତ ଧକ୍କା ଓ ଅପମାନ
ତ୍ରିନେତ୍ର ଖୋଲିବାର ନିୟମ
ତୃତୀୟ ନିୟମ ଲାଗୁ ହେଲେ ହିଁ
ଖୋଲି ଯିବ ତୃତୀୟ ନୟନ
ନିଉଟନ୍ ଙ୍କ ଆଗରୁ ବି ନିୟମ ଥିଲା
କିନ୍ତୁ,ଭାବାର୍ଥ ହୃଦୟଙ୍ଗମ ହେଉନଥିଲା
ଦୁଷ୍ଟ ହେଲେ ପିଲାଙ୍କୁ ତୃତୀୟ ନିୟମ
ମା ମାନଙ୍କୁ ଭଲ ଭାବେ ଜଣା
ଯେତେ ଜୋର୍ ମାଡ ବାଜିବ
କାନ୍ଦିବାର ସାଉଣ୍ଡ ସେତେ ଜୋର୍ ଧରିବ
ତୃତୀୟ ନିୟମ ସହିତ,ଯଦି ନୟନ ଖୋଲିଲା
ଦୁଷ୍ଟ ପିଲାର ସେଦିନ ଅବସ୍ଥା ଖରାପ୍ ।
