STORYMIRROR

Sushree sangita Swain

Tragedy

3  

Sushree sangita Swain

Tragedy

ତର୍ଜମା

ତର୍ଜମା

1 min
11.6K

ପଥର ନୁହେଁ, କାଚ ପରି ଆମ ସମ୍ପର୍କ 

ଭାଙ୍ଗିଗଲା ବେଳେ ଆମେ କରିନଥିଲେ 

ଯୋଡିବାର ପ୍ରୟାସ, 

ଦରଦୀ ହାତ ବଢ଼ାଇ ଖାଲି 

ଆସିଥିଲା ଏ  ସମାଜ 

ଦେଖାଇ କାଗଜ ର ଫର୍ଦ 

ନେଇଥିଲା ସ୍ଵୀକୃତି ସ୍ଵାକ୍ଷର 

ପଡିଥିଲା ପୂର୍ଣ୍ଣଛେଦ ଆମ ସମ୍ପର୍କର ||


ଏବେ ଆସ  ତର୍ଜମା କରିବା 

କେଉଁଠି  ରହିଲା ଭୁଲ ଆମ ସମ୍ପର୍କରେ 

ପ୍ରତ୍ୟୟର  ଇଟା ବାଲି, 

ସହନଶୀଳତାର ସିମେଣ୍ଟ ଦେଇ, 

ଗଢ଼ାହେବା ଆଗୁ ଦାମ୍ପତ୍ୟ ମନ୍ଦିର 

ହଲିଗଲା  ମୂଳଦୁଆ ପ୍ରତାରଣା ଭୂକମ୍ପରେ 

ଦାୟୀ କିଏ ଖୋଜିବା ବେଳକୁ 

ସବୁ କିଛି ଶେଷ, 

ଝରକା ସେପାଖୁ ଫେରିଗଲା ଆହତ ଫଗୁଣ 

ଦୁଇଟି ସରଳ ରେଖା ସାଜି 

ଆମେ ଯେ  କରି ସାରିଥିଲେ 

କେବେ ନ ମିଶିବାର ପଣ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy