Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ତ୍ରିସ୍ତରୀୟ ପଞ୍ଚାୟତିରାଜ

ତ୍ରିସ୍ତରୀୟ ପଞ୍ଚାୟତିରାଜ

1 min
396



ପ୍ରତି ଥର ଘଟୁଥିବା ଧରାର ବିଭିନ୍ନ 

ଘଟଣାବଳୀରେ,

ସରବ ପ୍ରଚ୍ଛଦ ପଟ ପ୍ରାୟ ସମାନ ଥାଏ 

ଇତିହାସରେ ।


କେବଳ ବ୍ୟକ୍ତି ଚରିତ୍ର ବଦଳି ଯାଏ ତ

 ରାଜନୀତିରେ

ଅନୁଶୀଳନ କଲେ, ଆମେ ସମସ୍ତ ଏହି 

କଥା ଜାଣିବାରେ ।


ଲକ୍ଷ୍ୟ ଅଟଇ ତ୍ରିସ୍ତରୀୟ ପଞ୍ଚାୟତିରାଜ 

ବ୍ୟବସ୍ଥାର

କିପରି ସାଧାରଣ ମଣିଷ ସ୍ଥାନ ରହିବ

ଶାସନ ଉପର ।


ଦେଶର ତୃଣମୂଳ ଶକ୍ତିକୁ ଆମେ କରି 

ପାରିଲେ ଶକତ

ରାଜନୀତିରେ କରି ପାରିବ ପ୍ରବେଶ 

ଜନଗଣଙ୍କର ମତ ।


ସରବ ମଣିଷଙ୍କ ଭିତରେ ମହିଳାଙ୍କ 

ସଂଖ୍ୟା ଅଟେ ଅର୍ଦ୍ଧାଂଶ, 

ଦୁନିଆର ଶାସନରେ କିପରି ଗ୍ରହଣ 

କରିବେ ସେମାନେ ଅଂଶ ।


ରାଜନୈତିକ କ୍ଷେତ୍ରରେ ନାରୀ ଅଂଶ 

କରି ପାରିବା ପାଇଁ

ସ୍ଥାନ ସଂରକ୍ଷିତ ହୁଏ ମହିଳା ବର୍ଗଙ୍କ 

ଉତ୍ଥାନ ଲକ୍ଷ୍ୟ ନେଇ ।


ମହିଳାଙ୍କର ଅବସ୍ଥିତି ଦେଶ ଭିତରେ

ସରପଞ୍ଚ ପଦବୀରେ

ଲକ୍ଷ୍ୟ ରାଜନୀତିକୁ ମହିଳାଙ୍କ ବୃଦ୍ଧି 

ହୋଇବ ପ୍ରବେଶରେ ।


ଅନୁଭବରୁ ପାଇବା, ମହିଳା ମାନେ 

ସରପଞ୍ଚ ହେବାରେ, 

କିଛି ଅଞ୍ଚଳର ପରିବର୍ତ୍ତନ ହୋଇଅଛି 

ଅନେକ କ୍ଷେତ୍ରରେ ।


କିନ୍ତୁ ବହୁ କ୍ଷେତ୍ରେ ପାଇବା, ଏକ ଛାୟା 

କ୍ଷମତା ହୋଇଛି

ସ୍ତ୍ରୀଙ୍କୁ ସରପଞ୍ଚ କରାଇ ସ୍ବାମୀ କ୍ଷମତା 

ଉପଭୋଗ କରୁଛି ।


ଏହି ଦୂରାବସ୍ଥାର ସମାଧାନ ପାଇଁ 

ମହିଳା ଶିକ୍ଷା ଦରକାର

ହୃଦୟରୁ ମହିଳା ସଶକ୍ତିକରଣ ଚେଷ୍ଟା 

ରହିଲେ ଶାସନ ଶକ୍ତିର ।


Rate this content
Log in

Similar oriya poem from Inspirational