ତ୍ରିରଙ୍ଗା
ତ୍ରିରଙ୍ଗା
ଭାରତବାସୀ ଆମେ, ତ୍ରିରଙ୍ଗା ଜାତୀୟ ପତାକା ଆମର।
ଗରଵ ଗଉରଵ, ସେ ତ ପ୍ରତୀକ ଦେଶର ସମ୍ମାନର।।
ଆକୃତି ତା'ର ଆୟତାକାର ତିନୋଟି ରଙ୍ଗର ସମଷ୍ଟି।
ନୀର୍ଭୀକତା ବୀରତ୍ୱ, ତ୍ୟାଗକୁ ଦର୍ଶାଏ ନାରଙ୍ଗୀ ରଙ୍ଗଟି।।
ଧଳା ରଙ୍ଗଟି ଶାନ୍ତି ମୈତ୍ରୀ ଧର୍ମ ସତ୍ୟର ସୂଚନା ଦିଏ।
ସଵୁଜ ରଙ୍ଗଟି ସବୁଜିମା ସମୃଦ୍ଧି ଡାକି ଆଣିଥାଏ।।
ଘନନୀଳ ରଙ୍ଗର ଅଶୋକ ଚକ୍ର ମଝିରେ ଶୋଭା ପାଏ।
ଦେଶର ଅଗ୍ରଗତି ଉଦାରତା ବିଶ୍ୱପ୍ରେମ ଗୀତ ଗାଏ।।
ଚବିଶିଟି ଅର କହେ ଚଵିଶି ଘଣ୍ଟା ସମୟର କଥା।
ତ୍ରିରଙ୍ଗା ପତାକା ତଳେ ସମସ୍ତେ
ନୁଆଁଇଵା ଆସ ମଥା।।
ଉଣେଇଶି ଷଡଚାଳିଶ ଜୁଲାଇ ବାଇଶି ତାରିଖରେ।
ରାଷ୍ଟ୍ରୀୟ ପତାକାର ମାନ୍ୟତା ମିଳିଥିଲା ସମ୍ବିଧାନରେ।।
ଦୈର୍ଘ୍ୟ ପ୍ରସ୍ଥର ଅନୁପାତ ତିନି ଦୁଇ ଆମ ତ୍ରିରଙ୍ଗାର।
ତ୍ରିରଙ୍ଗା ତିଆରି ଯୋଜନା ଥିଲା ପିଙ୍ଗଳୀ ଭେଙ୍କାୟାଙ୍କର।।
ଭାରତ ମାତା ପିନ୍ଧିଛି ମସ୍ତକେ ତ୍ରିରଙ୍ଗା ପାଟ ଓଢଣୀ।
କହୁଥାଏ ସେ ବୀରପୁରୁଷଙ୍କ ଵଳୀଦାନର କାହାଣୀ।।
ଅଗଷ୍ଟ ପନ୍ଦରରେ ସବୁଠି ତ୍ରିରଙ୍ଗା ଉଡ଼େ ଫରଫର।
ଜାନୁଆରୀ ଛଵିଶିରେ ସଵୁ ଅନୁଷ୍ଠାନେ ପାଏ ଆଦର।।
ଜାତୀୟ ସଙ୍ଗୀତର ତାଳେ ତାଳେ ତ୍ରିରଙ୍ଗା ଝୁମେ ଆମର।
ବୀରପୁତ୍ରଙ୍କୁ ମନେପକାଇ କଥା କହେ ସ୍ୱାଧୀନତାର।।

