ତ୍ରିରଙ୍ଗା ମୋ
ତ୍ରିରଙ୍ଗା ମୋ
ତ୍ରିରଙ୍ଗା ମୋ ରଙ୍ଗା ତିନୋଟି ରଙ୍ଗରେ
ଗେରୁଆ ସବୁଜ ଆଉ ଶ୍ବେତ ବର୍ଣ୍ଣ
ଗେରୁଆ ପ୍ରତିତ ହୁଏ
ସାହସ ଓ ବୈରାଗ୍ୟ
ଶୁଦ୍ଧତା ଓ ସତ୍ୟର ପ୍ରତୀକ ଯେ ଧଳା
ବିଶ୍ବାସ ଓ ସୃଜନର ଅଟଇ ସବୁଜ
ତା'ମଝିରେ ନୀଳ ରଙ୍ଗର ଚକ୍ର
ପ୍ରତୀକ ବହନ କରେ ପ୍ରଗତିର
ଆକାଶର ବିଶାଳତା ଆଉ
ନୀଳ ସମୁଦ୍ରର ବ୍ୟାପ୍ତି
ଜାତୀୟ ଚିହ୍ନ ତ ଅଶୋକ ଚକ୍ର ଯେ
ଲେଖା ଯହିଁ
ସତ୍ୟର ହେଉ ଜୟକାର ।
