STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ତ୍ରିବାନର

ତ୍ରିବାନର

1 min
11.9K


ତିନି ବାନରକୁ ରୂପ ଦେଇ

କହିଥିଲେ ଦିନେ ବାପୁ

ଏମିତି ସଭିଏଁ ହେଲେ ଜାଣ

ବଢିବ ଆମ ଦେଶ ରିପୁ ॥


ଅଶାନ୍ତି ଅରାଜକତା ରହିବନି

ମୈତ୍ରୀ ଭାବ ହେବ ଜାଗ୍ରତ

କିଏ କାହା ସହ ଲଢିହେବନି

କରିଲେ ଏପରି ବ୍ରତ ॥


ଗୋଟିଏ ବାନରକୁ ଗଢିଛନ୍ତି

ବାପୁ ହାତ ଦିଅ ପାଟିରେ

ଖରାପ କଥା କହିବାକୁ

ଉଁ ଚୁଁ ନ ହେବାକୁ

ହାତ ରଖିଥିବ ସଦା

ତୁମ ପାଟିରେ ॥


ଦ୍ବିତୀୟ ବାନରକୁ ଗଢିଛନ୍ତି

ବାପୁ ହାତ ଦିଅ ଆଖିରେ

ଖରାପ କଥା ଖରାପ ଦୃଶ୍ୟ

ଦେଖନାହିଁ ତୁମ ନୟନରେ ॥


ତୃତୀୟ ବାନରକୁ ଗଢିଛନ୍ତି

ବାପୁ ହାତ ରଖ କାନରେ

ଖରାପ କଥା ଶୁଣନାହିଁ ଜମା

ଲଢନାହିଁ କେଉଁ ଦୁଷ୍ଟ ସାଥିରେ ॥


ସଭିଏଁ ଯଦି ରହିବା ଏ ରୂପରେ

ଶାନ୍ତି ରଖିହେବ ଜଗତରେ

ସଭିଏଁ ଆମେ ଭଉଣୀଭାଇ

ଲଢିବା କିଆଁ ନିଜ ଭିତରେ ॥



Rate this content
Log in

Similar oriya poem from Inspirational