STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

ତ୍ରାହି କର ବାରେ

ତ୍ରାହି କର ବାରେ

1 min
252

ନାନା ପ୍ରତିରୋଧ ଗତି ପଥ ରୁଦ୍ଧ

  ସମସ୍ୟା ନିନ୍ଦା ପ୍ରହାର

ଅସହ୍ୟ ବେଦନା ଅଚେତନ କରେ

  ଭାବନା କୁ ବାର ବାର


ଶ୍ୱାସ ହୁଏ ରୁଦ୍ଧ ଅବଶୋଷ ରଜୁ

   ଉତ୍ସାହ ଗ୍ରୀବା କୁ ଭିଡ଼ି

ପ୍ରାଣ ମୂର୍ଚ୍ଛା ଯେବେ ନିରୂପାୟ ତେବେ

  ସର୍ବ ଆଶା ପ୍ରଭୁ ଛାଡ଼ି


ଅନ୍ଧ ନୃପରାଜ ନୟନରେ ନୁହେଁ 

  ବିବେକ ବୁଦ୍ଧି ରୁ ଅନ୍ଧ

ଧର୍ମେ ପଥିକ ବିଦୁର ପିତାମହ

  ଅଧର୍ମରେ ପ୍ରତିବଦ୍ଧ


ସୁରକ୍ଷା ଦାତା ତ ଦାଣ୍ଡରେ ବସାଇ

   ଲୋକହସା କରାଇଲେ

ନିଜର ପ୍ରମାଦ କରିବାକୁ ଦୂର

  ସମ୍ମାନକୁ ବିକି ଦେଲେ


ଦର୍ଶକ ସଭିଏଁ ମଜା କେ ଲୁଟନ୍ତି

  କିଏ କିଂକର୍ତବ୍ୟଂ ହୋଇ

ଅଧସ୍ତନ କର୍ମଚାରୀ ଯେଣୁ ସର୍ବେ

   ମଥା ନତେ ବସିଛଇଁ


ଈର୍ଷା କାରୀ ଅବା ଶୋଷଣ କାରୀଏଁ

   ବିବସନା କରିବାକୁ

ସର୍ବ ଆଶା ତେଜି ତୁମ ପାଦେ ଭଜେ

  ଆଉ କିଏ ତାରିବାକୁ


ଉପାୟଶୂନ୍ୟ ଟି ଯାଜ୍ଞସେନୀ ତବ

  ଚରଣେ ଶରଣାଗତ

ଅଗତି ର ଗତି ତ୍ରାହୀ କର ବାରେ

  ସର୍ବକ୍ଷମ ନନ୍ଦସୂତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract