STORYMIRROR

Satyabati Swain

Children

3  

Satyabati Swain

Children

ତପସ୍ୟା ଫଳ

ତପସ୍ୟା ଫଳ

1 min
351

ତା ଦେହ ନିଃଶ୍ୱାସ ମୋ ଦେହେ ବାଜିଲେ

ମହାବାତ୍ୟା ଆସିଯାଏ

ତା ଆଖିରୁ ଲୁହ ଝରି ଗଲେ ଟୋପେ

ଆତ୍ମା ମୋର ଓଦା ହୁଏ।


ସେ ଯେବେ ହସଇ ମୋ ମନ ବଗିଚା

ଫୁଲ ଓଡିଶୀ ନାଚଇ

ସେ ଖୁସି ରହିଲେ ମୋ ଦୁନିଆଁ ସାରା

ଖୁସି ତାରା ଯାଏ ଛାଇ।


ତା ମୁହଁ ଦୁଃଖେ ଶୁଖିଯାଏ ଯେବେ

ମୋ ମନେ ଶ୍ରାବଣ ଧାରା

ତାରେ ଟିକେ ସୁଖ ଦେବା ପାଇଁ ମୁଁ ଯେ

ଜୀବନ ଦେଇପାରେ ପରା।


ସିଏ ମୋର ଛାଇ ମୁଁ ତାର ଦେହ

ସେ ମନ୍ଦିର ମୁଁ ଠାକୁର

ସିଏ ମୋ ସାଧନା ସିଏ ମୋର ସିଦ୍ଧି

ସିଏ ମୋ ତପସ୍ୟା ଫଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children