STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ତୋ ପଦାନୁ ଦାସର ଦାସ

ତୋ ପଦାନୁ ଦାସର ଦାସ

1 min
12.3K

ମୋ ନେତ୍ରପଥେ ଆସ, ଜଗନ୍ନାଥ ସ୍ଵାମୀ

ମୋ ହୃଦୟ ମନ୍ଦିରେ ବସ

ଆସ ଆସ ମୋର ନେତ୍ର ପଥେ ଆସ,

ମୋ ହୃଦୟ ମନ୍ଦିରେ ବସ, ଆସ ଆସ…।।


ତୁମେତ ମୋହର ଜୀବନର କର୍ଣ୍ଣଧାର

ତୁମକୁ ମଣିଛି ଆପଣାର ବୋଲି

ସଂସାର ବୋଇତ ନେଉଅଛ ବାହି

ଅତଳ ବିଷୟା ବିଷମ ସାଗରେ

ତୁମେ ମୋର ପ୍ରାଣ ଈଶ, ଆସ ଆସ

ନେତ୍ରପଥେ ଆସ, ଜଗନ୍ନାଥ ସ୍ଵାମୀ ହେ

ମୋ ହୃଦୟ ମନ୍ଦିରେ ବସ, ଆସ ଆସ...।।


ଲୋଡା ନାହିଁ ମୋର ଅଳକା ପୁରୀ ର

ସୁଖ,ସଉଭାଗ୍ୟ, ସମୃଦ୍ଧି ଅପାର

ଆଶ୍ରୟ ଟିକିଏ ଯୁଗଳ ଛନ୍ଦା ପୟରେ

ଜୟ ଜୟ ଦେବ ଜୟ‌ ଦେବ ହରେ

ଦେବାକୁ କରିଛି ଆଶ, ଆସ ଆସ

ନେତ୍ରପଥେ ଆସ, ଜଗନ୍ନାଥ ସ୍ଵାମୀ ହେ

ମୋ ହୃଦୟ ମନ୍ଦିରେ ବସ, ଆସ ଆସ...।।


ମାନ, ନାହିଁ ମୋର ନାହିଁ ମୋର ଅଭିମାନ

ପରାଣ ବେଦୀରେ ବରଣ କରିଛି

ସୁଖ ଦୁଃଖ ଯେତେ ସମର୍ପି ଦେଇଛି

ତୁମେ ବିଶ୍ଵ କାରିଗର ମୁଁ ତୁମର

ପଦାନୁ ଦାସର ଦାସ, ଆସ ଆସ

ନେତ୍ରପଥେ ଆସ ଜଗନ୍ନାଥ ସ୍ଵାମୀ ହେ

ମୋ ହୃଦୟ ମନ୍ଦିରେ ବସ,ଆସ ଆସ ଆସ ଆସ…।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract