STORYMIRROR

Chinmayee Sahoo

Classics Inspirational

3  

Chinmayee Sahoo

Classics Inspirational

ତୋ ପାଖେ ଆସିଛି ଧାଇଁ

ତୋ ପାଖେ ଆସିଛି ଧାଇଁ

1 min
177


ଭୁଲି ଆପଣାର ସୁଖର ସପନ

  ତୋ ପାଖେ ଆସିଛି ଧାଇଁ

ତୁହି ହେବୁ ବୋଲି ସାହା ଏ ଜୀବନେ

  ତୋ ଧାମେ ପଡ଼ିଛି ମୁହିଁ।


ତୁହି କାଳେ ବୁଝୁ ଭକତ ଅନ୍ତର

  ତୋତେ ଡାକେ ମାଆ ମାଆ

ତୁ'.. ନ ହରିଲେ ତା'ଦୁଃଖ କଷଣ

  କିଏ ବା ହୋଇବ ସାହା।

ତୋହରି ଚରଣେ ତୋହରି ଶରଣେ

  ଭକତ ଲୁହ ଢାଳଇ

ଭୁଲି ଆପଣାର ସୁଖର ସପନ

  ତୋ ପାଖେ ଆସିଛି ଧାଇଁ।....୧


ତୁ' ତା'ର ମାଆ ସେ ତୋର ସନ୍ତାନ

  ତୋ କୋଳେ ବରଜି ଭୟ

ଏ ଭବ ସାଗର ପାରି ହେବା ପାଇଁ

  ତୋ ପାଦେ ରଖିଣ ଲୟ।

ବାହି ନିଏ ତା'ର ଆଶାର ନଉକା

  ତୋ ଭଜନ ଗାଇ ଗାଇ

ଭୁଲି ଆପଣାର ସୁଖର ସପନ

  ତୋ ପାଖେ ଆସିଛି ଧାଇଁ।....୨


ଭୁଲିବୁ ନାହିଁ ଲୋ ନୀରିହ ଭକତେ

  ରଖିବୁ ତୋ ବଡ଼ପଣ

ତୋର ଯଶ ବାନା ଉଡୁଥାଉ ଭବେ

  ଶୁଭୁଥାଉ ଜୟଗାନ।

ଏତିକି କରୁଣା ନ କରିବୁ ଊଣା

  ଭକତ କୁ ଥିବୁ ଚାହିଁ

ଭୁଲି ଆପଣାର ସୁଖର ସପନ

  ତୋ ପାଖେ ଆସିଛି ଧାଇଁ।.....୩


Rate this content
Log in

Similar oriya poem from Classics