STORYMIRROR

Maitreyee Kamila

Abstract

2  

Maitreyee Kamila

Abstract

ତୋ ପାଇଁ

ତୋ ପାଇଁ

1 min
358

ତୁ ଆସିବୁ ମେଘରୁ ବର୍ଷା ନେଇ

ଆକାଶ ରୁ ନୀଳ ରଙ୍ଗ ନେଇ

ମହକି ଉଠୁଥିବା ହେନା ମଲ୍ଲି ର ବାସ୍ନା କୁ ନେଇ

ତୋ ଆସିବା ଶବ୍ଦ ରେ

ରାଧା ର କବରୀ ରୁ ଫିଟିଯାଏ ଗଜରା

ଉଛୁଳା ନଈ ହଜିଯାଏ ଦୂର ଦିଗବଳୟରେ

ତମାଳ ବନ ଆଜି ବାଉଳା ହେଲାଣି ତୋ ଗୋଠ ବାହୁଡା ବେଳେ କାଉଁରୀ ବଇଁଶୀ ପାଇଁ

ଚାରିଆଡେ ଶୁଭେ ଓଁକାର ଶବ୍ଦ

ଦୃଶ୍ୟ ରୁ ଅଦୃଶ୍ୟ କୁ

ଚିନ୍ତା ରୁ ଚେତନାକୁ 

ଶୂନ୍ୟ ରୁ ମହାଶୂନ୍ୟ କୁ ଲମ୍ବିଛି ଯାହା ସବୁ ସେହି ପରଂବ୍ରହ୍ମ ଓଁକାର ଶବ୍ଦ ରୂପୀ ଛାୟା

ସତରେ କଣ ଫେରିଆସି କହିଯିବୁ ରାଧା କାନେ କାନେ

ଯମୁନା ନଈ, କଦମ୍ବ ମୂଳ ,ଫଗୁ ଅଭିର ,ଗୋପ ଧୂଳି ,ଏ ରାଧା ଏ ଗୋପୀ ,ଗାଈଗୋଠ ବଂଶୀସ୍ବ ର

ଏ ସବୁ ଖାଲି ତୋ ପାଇଁ

ତୁ ନଥିଲେ ସବୁ ମିଛ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract