Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Tragedy

4  

Jayashree Das

Tragedy

ତୋ ପାଇଁ

ତୋ ପାଇଁ

1 min
262


ମନ ଯମୁନାରେ ତୋ ନାମ ଲହରୀ,

   ହୃଦ କୂଳ ଛୁଏଁ କାହ୍ନା

ଭସେଇ ନେଉଛୁ ତୋ ଭାବ ପ୍ରୀତିରେ,

   ହୁଏ ମୁହିଁ ଆନମନା ।


ଭୁଲି ଥଳକୂଳ ବନ୍ଧୁ ପରିବାର,

  ତୋତେ ମୁଁ ପାଉଛି ଭଲ

ତୋ ନାମ କୀର୍ତ୍ତନ ତୋ ଗୁଣ ଭଜନ,

  ତୋ ରୂପ ଦର୍ଶନେ ମନ ।


ଶୟନେ ସ୍ୱପନେ ତୋ ମୁରଲୀ ସ୍ଵନ,

   ଅଥୟ କରୁଛି ମୋତେ

ସବୁ ଲାଗେ ପିତା ତୋ ପ୍ରେମଟି ମିଠା,

   ଝୁରୁଅଛି ଖାଲି ତୋତେ ।


ଝଲକ ତୋହର ଦେଖାଇ ଦେଉଛୁ,

  ଧରା ଦେଉନାହୁଁ କେବେ

ଆସିବ ସୁଦିନ ମାହେନ୍ଦ୍ର ଲଗନ,

  କେବେ, ବସି ବସି ମୁହିଁ ଭାବେ ।


ଶ୍ୟାମଘନ ତୋର ଶ୍ୟାମଳ ଶରୀରେ,

  ଚନ୍ଦନ ହେବାକୁ ମନ

ଶୀତଳତା ଦେବି ସୁବାସ ଭରିବି,

   ଶ୍ରୀଅଙ୍ଗର ଉପବନ ।


ତୁଳସୀ ପତର ହେବାକୁ ମୋ ମନ,

  ତୋର ଅଙ୍ଗସଙ୍ଗ ପାଇ

ଦିନ ରାତି ତୋର ପାଶେ ରହିଥିବି,

   ଶ୍ରୀମୁଖକୁ ଥିବି ଚାହିଁ ।


ବାସନା ଫୁଲଟି କରିବୁକି ମୋତେ,

  ତୋ ପାଦ ସେବା କରିବି

ମାଳାଟିଏ ହୋଇ ଗଳାରେ ଝୁଲିବି,

  ତୋ ହୃଦୟ କଥା ଶୁଣିବି ।


ରାଧା ନାମ ଅହରହ ଶୁଣୁଥିବି,

  ତୋ ଅନ୍ତର ନିଭୃତ କୋଣୁ

ଜନମ ମୋହର ସାର୍ଥକ ହୁଅନ୍ତା,

   ଶୁଣନ୍ତି ମୋହନ ବେଣୁ ।


ଛନ୍ଦାପୟରରେ ଶରଣ ମାଧବ,

    ସମର୍ପିତ ଏ ଜୀବନ

ତୋ ମଧୁର ନାମ ତୁଣ୍ଡରେ ମୋହର,

    ରହିଥାଉ ଶ୍ୟାମଘନ ।


Rate this content
Log in

Similar oriya poem from Tragedy