STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ତୋ ପାଇଁ ସାଥିରେ

ତୋ ପାଇଁ ସାଥିରେ

1 min
3.1K

ତୋ ପାଇଁ ସାଥିରେ

ମୁଁ ଜିଇଁବା ଶିଖିଗଲିରେ

ତୁ ହସିଲେ ହୃଦୟ ହସେ

ତୁ ଋଷିଲେ ସପନ ଭାସେ

ତୋ ପ୍ରେମରେ ଫସି ଗଲିରେ


ଜୀବନଟା ଥିଲା ଟାଙ୍ଗରା ଭୂଇଁ

ଭରିଲୁ ଜୀବନେ ଆଶାର ଛାଇ

ଜହ୍ନ ଟିଏ ହୋଇ ଆସିଲୁ ଜୀବନେ

ଜୋଛନା ଢାଳିଲୁ ମୋ ମରୁଡ଼ି ମନେ


ତୋ ପାଇଁ ସାଥିରେ

ଘରକଲି ତୋ ଆଖିରେ

ତୁ ଆସିଲେ ମନ ହରଷେ

ତୁ ଚାଲିଲେ କୋକିଳ ଗାଏ

ସାତରଙ୍ଗେ ଭିଜେ ଦେହରେ


ବାଆଁରା ଚଢେଇର ଜୀବନ ନେଇ

ଖୋଜି ବୁଲୁଥିଲି ଜୀବନ ସାଥି

ପରିଟିଏ ହୋଇ ଜୀବନେ ଆସିଲୁ

ଶୁଖିଲା ମନକୁ ଭିଜେଇ ଦେଲୁ


ଦେଖିଛି ସପନ କେତେ ଏ ଜୀବନେ

ରାଣୀ କରି ତୋତେ ରଖିବି ମୋ ମନେ

ସୁନାର ସଂସାର ଆମେ ଗଢ଼ିବା

ପ୍ରେମ ପକ୍ଷୀ ହୋଇ ନୀଳ ଆକାଶେ ଉଡ଼ିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract