STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ତୋ କର ଚରଣେ

ତୋ କର ଚରଣେ

1 min
13.5K


ତୋ କର ଚରଣେ ଶତ ସିଂହ ବଳ

କିଏସେ ଭରିିିଛି କହ

ଭୟ ନାହିଁ ତୋର କିିିଏ ସୁରବୀର

ମାଟି ଲାଗି ଏତେ ମୋହ।୦।


ତୋ ଲାଗି ସାଥିରେ ଆନନ୍ଦେ ବିହରେ

ସୁଖେ ବିତେ ଆମ ଦିନ

କେବେ ଗଗନରେ କେବେ ପବନରେ

ଉଡେ ସିନା ଆମ ମନ

ନିର୍ବିକାରେ ତୁହି ଉଜାଗରେ ରହିି

ପୋଛୁ ମା ଆଖିର ଲୁହ।୧।


ତୋର ଗରଜନ ଶୁଣି ଅଇରିର

ଭୟରେ ଥରଇ ହିଆ

ସୀମାନ୍ତକୁ ଛାଡି ନ ଗଲେ ସେ ପୁଣି

ଚିତାରେ ଜଳେ ତା ନିଆଁ

ଦେବାପାଇଁ ପାଶେ କିଛି ନାହିଁ, ଆମ

ଦେଉ ନିଗାଡି ସେନେହ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational