STORYMIRROR

Sabitri Mahapatra

Children

3  

Sabitri Mahapatra

Children

ତଣ୍ଟିରେ ଲାଗିଛି କଣ୍ଟା

ତଣ୍ଟିରେ ଲାଗିଛି କଣ୍ଟା

1 min
218

ଣ୍ଟ ଅକ୍ଷର ଟି ଭାରୀ ଟାଣ ଭାଇ

ଣ୍ଠ ତା ଠାରୁ ବଳି ଦୁଇ ଭାଇ ମିଶି ପଦ ଗଢି ଦେଲେ

ଜ୍ଞାନ ଦୀପ ଉଠେ ଜଳି

କଣ୍ଟା, ବେଣ୍ଟ, ମେଣ୍ଟ, ଥଣ୍ଟ, ଘାଣ୍ଟ, ଛାଣ୍ଟ,ଘଂଟିକା, କଣ୍ଟେଇ ପଦ

କଣ୍ଠ, ଗଣ୍ଠି, ଆଣ୍ଠୁ, ପାଣ୍ଠି, ଶୁଣ୍ଠି, କଣ୍ଠି, ଗାଣ୍ଠିଆ, ଲଣ୍ଠନ ସେ ତ

ଣ୍ଟ, ଣ୍ଠ ଏହି ଦୁଇ ଅକ୍ଷର ର ପଦ କୁ କଲି ସୂଚିତ

ନୂଆ ପଦ ଯୋଡି ଯଦି ଲେଖିଦେବ ପୁରଷ୍କାର ପାଇବ ତ ।

କଣ୍ଟା ଲାଗି ଅଛି ଗଧିଆ ତଣ୍ଟିରେ, ସଳଖି ପାରୁନି ଅଣ୍ଟା

ଥଣ୍ଟ କୁ ପୁରାଇ ବଗ ବଇଦ ଟା, ବାହାର କରିଲା କଣ୍ଟା

ଦୁଇ ସାଙ୍ଗ ହାତେ ହାତ ରଖି ଗଲେ ହାଟ କୁ ସଉଦା କରି

ଗୀତ ଗାଇବାକୁ ମନ ସ୍ଥିର କଲେ ବସି କଣ୍ଠ ସଫା କରି

ଗଣ୍ଠି ଗଣ୍ଠିଆ ଯେ ବାଉଁଶ ଦେଖିଲେ କିଣିଲେ ସେଉ ଗାଣ୍ଠିଆ ଣ୍ଟ,ଣ୍ଠ ଗୀତ ପୂର୍ଣ୍ଣ ହେଲା ଏଠି ପଦ ଗଢ଼ି ଦେବା ନୂଆ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children