ତମେ
ତମେ
ତମେ ମୋ ହୃଦୟ ସୁବାସ ଚନ୍ଦନ ପ୍ରୀତି ପରଶ ଗୋଲାପ,
ପ୍ରୀତିଛନ୍ଦା ତୁମେ ଅଭୁଲା ସ୍ମୃତିର ଅଛିଣ୍ତା ହସର ଗପ |୧|
ଦେବି ନାହିଁ ତୋର ଗୋଭାରେ ଖୋସି ମୁଁ ତାରା ଫୁଲମାଳ ଆଣି,
ବାସହୀନ ସେଇ ଫୁଲମାଳ ନେଇ ଫିଙ୍ଗି ଦେଲି ଦୂର ପାଣି |୨|
ସଜ ଗୋଲାପରେ ସଜାଇ ଦେବି ମୁଁ ରୂପ ରଙ୍ଗ ବାସ ଦେଇ,
ବାଛି ବାଛି ଆଣି ବାସନା ଫୁଲକୁ ଭେଟି ଦେବି ତୁମ କାନି |୩|
ତମେ ହସୁଥିବ ଗୋଲାପ ଡାଳରେ କଅଁଳ ପାଖୁଡ଼ା ହୋଇ,
ସକାଳ ସଜଳ ପତରେ କାକର ମୁକୁତା ବିନ୍ଦୁଟେ ହୋଇ |୪|
ହସୁଥିବ ସଦା ପୂର୍ଣ୍ଣିମାର ଜହ୍ନ ଜୋଛନା ରୂପସୀ ରାଣୀ,
ହୃଦୟ ମନ୍ଦିରେ ପୂଜା ପାଉଥିବ ଓଢ଼ଣା ମୁହଁରେ ଟାଣି |୫|
ତମେ ଏ ଜୀବନ ସାଥିଟିଏ ବୋଲି ଗରବ ମନେ ମୋ ଜାଗେ,
ଫଗୁଣ ଫୁଲର ମଳୟ ପରଶେ ଖୁସିର ଜୁଆର ମାଗେ |୬|
ତୁମେ ନାହଁ ବୋଲି ସାଗର ତରଙ୍ଗ ମୁଣ୍ଡ ଦେଉଥିଲା ପିଟି,
ସାଗର ବେଳାର ମରୁ ବାଲି ତୀରେ ହେଉଥିଲି ଛାଟିପିଟି |୭|
ତମେ ବୁଣିଦେଲ ଅମୃତ ତରଙ୍ଗ ସାଗରର ଜଳଭେଦି,
ଆକାଶ ରଙ୍ଗରେ ପ୍ରୀତି ବୁଣିଦେଲ ସବୁ ହେଲା ମଧୁ ନଦୀ |୮|
ମୋ ମନ ଆକାଶେ ତମ ମଧୁଝର ବରଷୁ ଜୀବନ ସାରା,
ସେହି ମଧୁଝରେ ସ୍ନାନ କରୁଥିବି ଭୁଲିବି କଷ୍ଟ ପସରା |୯|
ତମେ ତମ କଥା ପେଡ଼ି ଖୋଲିଥିବ କହୁଥିବ ନୂଆ କଥା ,
ସେ କଥା ତରଙ୍ଗେ ଭାସି ବୁଲୁଥିବି ରହିଯିବ ନୂଆ ଗାଥା |୧୦|