STORYMIRROR

Pinku Ranbida

Romance

3  

Pinku Ranbida

Romance

ତମେ

ତମେ

1 min
177

କାଏ ମହନୀ ଲଗେଇ ଦେଇଛ ତମେ

ତମର୍ ଚେହେରା ମୋର୍ ଆଖି ଦିସୁଛେ

ବିହାଘର୍ ଯେତେ ପାଖ୍'କେ ଆସୁଛେ

ମନ୍ ମୋର୍ ସେତେ ତମ୍'କୁ ଖୁଜୁଛେ ।।


ଭୁଲି ନାଇଁ ପାରବାର୍ ତମର୍ ଚେହେରା

ଆଖିର୍ ସାଙ୍ଗେ ଆଖିର୍ ଠରା ନରା

ପାଖେ ମୋର୍ ଆସି, ଥିଲ ତମେ ବସି

ମତେ ଦେଖି ମାରୁଥିଲ୍ ଯେନ୍ ମୁଲକି ହସି ।।


ହସି ଦେଖି ତମର୍ ମୁଇଁ ଫସିଗଲି 

ତମର୍ ପେରେମ୍ ଥି ମୁଇଁ ରସିଗଲି

ପହେଲା ଦେଖା, ପହେଲା ନଜର୍ ଥି

ତମକୁ ମୋର୍ ମନର୍ ରାନୀ ଭାବ୍'ଲି ।।


ଦମ୍'ଧରି ରହି ନାଇଁ ହେବାର୍ ସତେ

ତମର୍ ସପନ୍ ରାତି ଆସୁଛେ କେତେ

ତମେ ମୁଇଁ କନିଆ, ବର୍ ହେଇକରି

ନାଚୁଛୁ କେତେ କିନ୍ଦିରୀ କିନ୍ଦିରୀ ।।


ଲୁକି ଲୁକି ତମର୍ ଫଟୁ ଦେଖୁଛେ

ମନେ ମନେ ଖାଲି ତମ୍'କୁ ନୁରୁଛେ

କାଏ ମହନୀ ଲଗେଇ ଦେଲ ତମେ

ପାଗଲ୍ ହେଲିନ ତମର୍ ପ୍ରେମେ ।।


ବିହାଘର୍ ଯେତେ ପାକ୍'କେ ଆସୁଛେ

ରାତି ଝୁମୁରା ନାଇଁ ଲାଗୁଛେ

ତମ୍'କୁ ପାଖେ ଦେଖବାର୍ ଲାଗି

ଯାଏତି କାଏଁ ତମର୍ ଗାଁ'କେ ଭାଗି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance