STORYMIRROR

Madhabi Patel

Romance

3  

Madhabi Patel

Romance

ତମେ

ତମେ

1 min
171


ପୁନେଇଁ ରାତିରେ ଚାନ୍ଦକୁ ଦେଖିଲେ

ତମେ ଭାରି ମନେପଡ ।

ବଗିଚାରେ ମୋର କଢିଟେ ଫୁଟିଲେ

ତମେ ଭାରି ମନେ ପଡ।

ଘଞ୍ଚ ତରୁଡାଳେ କୋକିଳ ରାବିଲେ

ତମେ ଭାରି ମନେ ପଡ।

ପରିଚିତ ତୁମ ସବୁ ଜିନିଷରେ

ଥାଅ ତୁମେ ଜଡସଡ।

ଆଖି ଖୋଲିଲେ ବି ତମେ ଦିଶୁଥାଅ

ଆଖି ମୁଦିଲେ ବି ତମେ।

ଶୋଇବାକୁ ଗଲେ ସପନରେ ଆସ

ମୋରି ଭିତରେ ତମେ।

କେମିତି ଭୁଲିବି ତୁମକୁ କହିଲ

ମୋର ଶିରାପ୍ରଶିରାରେ ତୁମ ଲାଡ।

ଯେଉଁଠି ଛୁଉଁଛି ସେଇଠି ଦିଶୁଛ

ତମେ ଭାରି ମନେ ପଡେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance