ତମେ
ତମେ
ବେରଙ୍ଗ ବେରଙ୍ଗ ଥିଲା ଏ ଜୀବନ
ଲାଗୁଥିଲା ଫିକା ଫିକା
କେଉଁ ଜନମର ପୂଣ୍ୟ ଟିକେ ପାଇଁ
ତମ ସାଥେ ହେଲା ଦେଖା ।
ବଦଳି ଗଲା ମୋ ଜୀବନର ଧାରା
ଯେବେ ହେଲ ସାଥୀ ମୋର
ବେଦନା ଭରା ଏ ତୃଷିତ ପ୍ରାଣରେ
ସାଜି ପ୍ରେମର ସାଗର ।
ଜାଣିନାହିଁ କେବେ ବାନ୍ଧି ହୋଇଗଲି
ତୁମରି ପ୍ରୀତିର ଡୋରେ
ହଜିଗଲି କେବେ ଜାଣି ପାରିଲିନି
ମୁଁ ଯେ ତୁମ ଭାବନାରେ ।
ଜୀବନ ସାଗର ଜୁଆର ଭଟ୍ଟାରେ
ତମେ ଥିଲେ ସାଥେ ମୋର
ହସି ହସି ସବୁ ସହିଯିବି ମୁଁ ଯେ
ଝଡ ଝଞ୍ଜା ଜୀବନର ।
ତମେ ମୋ ହାତର ଦୁଇପଟ ଶଙ୍ଖା
ସୀମନ୍ତ ସିନ୍ଦୂର ଗାର
ତମେ ମୋର ଜପ ତମେ ମୋର ତପ
ତମେ ହିଁ ଭାଗ୍ୟ ମୋହର ।

