Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Romance Tragedy

3  

Jashobant Pattanayak

Romance Tragedy

ତମେ ଗଲାପରେ

ତମେ ଗଲାପରେ

1 min
158



ସବୁକିଛି ଫିକା ଲାଗେ

ଏକାଏକା ଲାଗେ ସମୟଟା

ଚୁପଚାପ ଦିନଗୁଡା ଭାସିଚାଲିଯାଏ-

ନିଛାଟିଆ ନଦୀର ସୁଅରେ ;

"ତମେ" ଗଲାପରେ ।।


ଦେହ-ମନ ଭାରି ଲାଗେ

ହାଲକା ହାଲକା ଲାଗେ ଜୀବନଟା

ନୀରବରେ ଲୁହଗୁଡା ଗଡ଼ିଚାଲିଯାଏ-

ରଙ୍ଗହୀନ ଗାଲ ଧାରେ ଧାରେ ;

"ତମେ" ଗଲାପରେ ।।


ତମକଥା ମନେପଡେ...

ଧିମାଧିମା ଲାଗେ ନିଃଶ୍ବାସଟା

ଅମାନିଆଁ କୋହସବୁ ଉଠିଚାଲିଯାଏ -

ବୁକୁଚିରି ଶୂନ୍ୟପଥପରେ ;

"ତମେ" ଗଲାପରେ ।।


ନିତି ନିଶି ନିଦେ ଦେଖେ 

ଭଙ୍ଗାଭଙ୍ଗା ଲାଗେ ସପନଟା

ଉଡ଼ାଣିଆ ଚଢେଇର ଡେଣା ଜଳିଯାଏ -

ଅସରନ୍ତି ଦୁଃଖର ନିଆଁରେ ;

"ତମେ" ଗଲାପରେ ।।


ମୋ' ଜୀବନ ଦୀପେ ଏବେ

ଦିକ୍ ଦିକ୍ ଜଳେ ସଳିତାଟା

ସୂରୁଜର ଆଭାତଳେ ନିଜେ ହଜିଯାଏ -

ଧୂଆଁଳିଆ ମେଘ ଉହାଡ଼ରେ ;

"ତମେ" ଗଲାପରେ ।।


Rate this content
Log in

Similar oriya poem from Romance