STORYMIRROR

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ତମେ ଗଲା ପରେ

ତମେ ଗଲା ପରେ

1 min
190


ତମେ ଗଲା ପରେ

ଆସିନି ବସନ୍ତ

ଏମନରେ କେବେ ହେଲେ

ଛୁଇଁନି ମଳୟ 

ମୁକୁଳା ମନକୁ

କେବେତ ସଂଜ ସକାଳେ।


ସବୁଜ ରଂଗରେ ସଜେଇ ନିଜକୁ

ଫଗୁଣର ଆସିଲା ଯେବେ

ନାଲି ନାଲି ଓଠେ ସପନ ଭରିଲା

ଫୁଲ ରାଣୀ ବସି ଭାବେ

ପାଗଳ ଭଅଁର ଗୁଣୁ ଗୁଣୁ ହୋଇ

ଗୀତ ଗାଏ ଫୁଲ ମେଳେ ।


ସୁନାଝରା ଖରା 

ସୋରିଷ ଫୁଲକୁ

ଚୁମି ଯାଏ ନିରବରେ

ସୁରୁଜ ମୂଖୀର 

ପ୍ରୀତି ଅଭିସାର 

ଜଳେ ପ୍ରେମ ଜଉଘରେ

ତମ ବିରହରେ କଟେ ସମୟଟା

ରାତି ଶୋଇଗଲା ପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance